ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜୋର ଧରିଲା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି
8/12/2018 at 1:37 PM

ଜୟପୁର ୦୮|୧୨: ପଶ୍ଚିମଓଡିଶା ପରେ ଏବେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜୋର ଧରିଲା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ।ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଜୟପୁର ଓକିଲ ମାନେ ୫ ଦିନ ହେଲା କୋର୍ଟ ବର୍ଜନ କରିବା ସହକାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଲୋକ ଅଦାଲତକୁ ବିଚାରପତିଙ୍କୁ ଛାଡିଲେନି ଆନ୍ଦୋଳନକାରୀଓକିଲ । ହୋଇ ପାରିଲାନି ଲୋକ ଅଦାଲତ ଶୁଣାଣି ।
ଏହି ଆନ୍ଦୋଳନ ଆସନ୍ତା ୧୭ ତାରିଖପର୍ଯ୍ୟନ୍ତ ଚାଲିବ । ଦାବି ପୂରଣ ନହେଲେ ଆସନ୍ତା ୧୮ ତାରିଖ ଦିନ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ବନ୍ଦକରିବାକୁ ଧମକ ଦେଇଛି ଓକିଲ ସଂଘ। ଓକିଲ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ପୁରା କୋର୍ଟ କାର୍ଯ୍ୟଠପ୍ ହୋଇଯାଇଛି।