Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଲୌହଖଣି ଲିଜଧାରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ୬ଦଫା ଦାବିରେ ଆଞ୍ଚଳିକ ପରିଷଦ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଗଣଧାରଣା

4/10/2020 at 7:41 PM

ରାଇରଙ୍ଗପୁର ୪।୧୦: ଗୋରୁମହିଷାଣି ଲୌହଖଣି ଲିଜଧାରୀ ମେସର୍ସ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରା.ଲି.ର ମନମୁଖୀ ଶ୍ରମିକ ମାରଣ ନୀତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ରବିବାର ଗୋରୁମହିଷାଣି ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟ ସଦସ୍ୟାମାନେ ୬ ଦଫା ଦାବି ନେଇ ଖଣି ପ୍ରବେଶ ଦ୍ବାର ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ।

ଖଣି କାର୍ଯ୍ୟ ପୂର୍ବରୁ ପଲ୍ଲୀସଭା ନ ହେବା, ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ନ ମିଳିବା, ଖଣିରୁ ନିର୍ଗତ ଲୁହା ଗୁଣ୍ଡ, ମୋରୋମ, ମାଟି ଦ୍ବାରା ବାଲି ପୋତ ଯୋଗୁଁ ଚାଷୀମାନଙ୍କ କ୍ଷତି ପୂରଣ, ଆଞ୍ଚଳିକ ପାଣ୍ଠିର ସଦୁପଯୋଗ, ସ୍ଥାନୀୟ ଗାଡି ମାଲିକଙ୍କୁ ଅଗ୍ରାଧିକାର ଆଦି ଦାବିରେ ଧାରଣାରେ ବସିଛନ୍ତି ମହିଳା ଓ ପୁରୁଷ ।ବାରମ୍ବାର ପ୍ରଶାସନ ଓ ଖଣି କର୍ତ୍ତୃପକ୍ଷଙ୍କୁ ଦାବି ଜଣାଇବା ପରେ ମଧ୍ୟ କେବଳ ପ୍ରତିଶ୍ରୁତି ହିଁ ମିଳୁଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।

   Related Posts