୮ ବର୍ଷ ପରେ ବି ସ୍ଥାୟୀ ହେଉନି ଚାକିରୀ, ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦେଲା କନିଷ୍ଠ ଶିକ୍ଷା ସହାୟକ ସଙ୍ଘ

Published By : Prameya-News7 Bureau | October 04, 2021 IST

ଖଲ୍ଲିକୋଟ, ୦୪/୧୦: ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲା ବହୁଭାଷୀ କନିଷ୍ଠ ଶିକ୍ଷା ସହାୟକ ସଙ୍ଘ ପକ୍ଷରୁ ନିୟମିତ କରିବା ଦାବି ନେଇ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି । ୨୦୧୩-୧୪ ମସିହାରେ ଏହି ଶିକ୍ଷକ ମାନେ କାର୍ଯ୍ୟରେ ଯୋଗ ଦେଇଥିଲେ l ସରକାରଙ୍କ ନିୟମ ପ୍ରକାରେ ଜଣେ ଶିକ୍ଷା ସହାୟକ ୩ ବର୍ଷ କାର୍ଯ୍ୟ କଲା ପରେ ତାକୁ କନିଷ୍ଠ ଶିକ୍ଷକ ଏବଂ ସି. ଟି., ବି.ଏ.ଡ଼ ସହିତ ଓଟିଇଟି ପାସ ଥାଇ ନିର ବିଛିନ୍ନ ୬ ବର୍ଷ ପରେ ନିୟମିତ କରାଯାଉଛି l

ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ଆଦିବାସୀ ବହୁଭାଷୀ ଶିକ୍ଷା ସହାୟକ ହୋଇଥିବାରୁ ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି । ଏପରିକି ୮ ବର୍ଷ ବିତି ଯାଇଥିଲେ ବି ସେମାନଙ୍କୁ ନିୟମିତ କରାଯାଉନାହିଁ ବୋଲି ସେମାନେ କହିଥିଲେ । ତୁରନ୍ତ ରାଜ୍ୟ ସରକାର ଆମ ଦାବି ପୁରଣ ନକଲେ ଆମ୍ଭେମାନେ ବାଧ୍ୟ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସେମାନେ ଚେତାବନି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ସେମାନେ ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି l ଏହି ଦାବିପତ୍ର ପ୍ରଦାନ ବେଳେ ସଙ୍ଘର ସଭାପତି ଦୁର୍ଯ୍ୟୋଧନ ମଲ୍ଲିକ, ଉପ ସଭାପତି ରବୀନ୍ଦ୍ର ମଲ୍ଲିକ, ସମ୍ପାଦକ ସିଧୁ ପ୍ରଧାନ, ଯୁଗ୍ମ ସମ୍ପାଦକ ଲିଂଜୁମା ପ୍ରଧାନ ଓ ଗିରିଧର ପ୍ରଧାନ, କୋଷାଧ୍ୟକ୍ଷ ଇସ୍ରାଏଲ ମାଝୀ ଓ ଜିସାୟା ମୁଠାମାଝି, କାର୍ଯ୍ୟକାରିଣୀ ସଭାପତି ଅକ୍ଷୟ କଂହର, କସ୍ତୁରୀ ପ୍ରଧାନ, ଦିଲ୍ଲୀପ କୁମାର କଂହର, ସୁନିତା ପ୍ରଧାନ ଓ ବିନିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.