ଜଙ୍ଗଲ କଟାକୁ ବିରୋଧ କଲେ ଗ୍ରାମବାସୀ, ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

Published By : Prameya-News7 Bureau | October 05, 2021 IST

ଢେଙ୍କାନାଳ, ୦୫।୧୦: କେଉଁ ଆବବାହନ କାଳରୁ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିଥିଲେ ଗ୍ରାମବାସୀ । ଆଉ କିଛି ଲୋକ ଉକ୍ତ ଜଙ୍ଗଲରୁ ମୂଲ୍ୟବାନ ଗଛ ସବୁକୁ କାଟି ପଦା କରିବାରେ ଲାଗିଛନ୍ତି । ଏପରିକି ଏହାକୁ ଜବର ଦଖଲ କରିବାକୁ ତୀଵ୍ର ବିରୋଧ ସହ ଅଭିଯୋଗ କରି ଆସୁଛନ୍ତି ଅଞ୍ଚଳବାସୀ । ମାତ୍ର ବିଭାଗୀୟ ଅଧିକାରୀ ପଦକ୍ଷେପ ତ ଦୂରେ ଥାଉ ଗ୍ରାମବାସୀଙ୍କ କାଠ ଶୁଣୁନାହାନ୍ତି । ଏପରି ସ୍ଥଳେ ଗ୍ରାମବାସୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଢେଙ୍କାନାଳ ଜିଲ୍ଲା ପରାଜଙ୍ଗ ବ୍ଲକର କୁଟୁରିଆ ପଂଚାୟତର ମଦରଙ୍ଗା ମୁଣ୍ଡା ଗ୍ରାମରେ । ଫଳରେ ଆଜି ହଜାର ହଜାର ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ଗ୍ରାମକୁ ଲାଗି ଟସର ତୈଲା ନାମକ ୩୦୦ ଏକର ଜାଗା ଜଙ୍ଗଲ କିଶମ ଥିବାବେଳେ ଏହି ଜାଗାକୁ ମଦରଙ୍ଗା ମୁଣ୍ଡା ଗ୍ରାମବାସୀ ଜଗି ରହିଥିଲେ। ଫଳରେ ଏହି ଜାଗାରେ ବହୁ ମୂଲ୍ୟବାନ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିଥିଲେ । ମାତ୍ର ତାଙ୍କ ଗାଁ ପାଖ ଗ୍ରାମର କିଛି ଅସାମାଜିକ ଲୋକ ଜବରଦସ୍ତ ଏହି ଜଙ୍ଗଲରେ ପଶି ବହୁ ମୂଲ୍ଯବାନ ଗଛ ସବୁକୁ କାଟି ଜବର ଦଖଲ କରୁଛନ୍ତି । ଏ ସମ୍ପର୍କରେ ପୂର୍ବରୁ ଗ୍ରାମବାସୀ ସ୍ଥାନୀୟ ବନପାଳ ଓ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ପାଇନଥିବା ପ୍ରକାଶ  କରିଛନ୍ତି । ତେବେ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ସମୟରେ ଭୟଙ୍କର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.