ତାଳଚେର ଥର୍ମାଲ ପାୱାର ଷ୍ଟେସନ୍‌ ପୁନଃ ଚାଲୁ କରିବା ଦାବିରେ ୧୨ ଘଣ୍ଟିଆ ତାଳଚେର ବନ୍ଦ

Published By : Prameya-News7 Bureau | April 08, 2021 IST

ଅନୁଗୋଳ, ୦୮/୦୪: ଗୁରୁବାର ପୁଣିଥରେ ୧୨ ଘଣ୍ଟିଆ ତାଳଚେର ବନ୍ଦ କରିଛନ୍ତି ତାଳଚେର କ୍ରିୟାନୁଷ୍ଠାନ କମିଟି । ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ-ବଜାର ସବୁ ବନ୍ଦ କରିଛି କମିଟି । ପ୍ରତିବାଦରେ ତାଳଚେରର ସମସ୍ତ  କୋଇଲା ଖଣିରୁ ଉତ୍ପାଦନ ଏବଂ ପରିବହନ ବନ୍ଦ ରହିଛି ।

ରାଷ୍ଟ୍ରାୟତ ଉଦ୍ୟୋଗ NTPC, NALCO ଏବଂ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାକୁ ଟ୍ରେନ ଏବଂ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ରହିଛି । ବନ୍ଦକୁ ସମର୍ଥନ ଜଣାଇଛନ୍ତି ତାଳଚେର ବାର ଆସୋସିଏସନ, ତାଳଚେର ଟ୍ରକ ମାଲିକ ସଙ୍ଘ, ତାଳଚେର ବସ ମାଲିକ ସଙ୍ଘ ଏବଂ ତାଳଚେର ସାମ୍ବାଦିକ ସଙ୍ଘ ସହ ଅନ୍ୟାନ୍ୟ ସଂଗଠନ । ଫଳରେ ବଡ଼ ଧରଣର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି ।

ତାଳଚେର ଥର୍ମାଲ ପାୱାର ଷ୍ଟେସନ୍‌ ଫେଜ-୨ର ସମୟ ଅବଧି ଥାଇ ମଧ୍ୟ ବନ୍ଦ କରାଯାଇଛି, ଏହାକୁ ପୁନଃ ଚାଲୁ କରାଯାଇ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା ମୁଖ୍ୟ ଦାବି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.