Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଥମୁନି ରାମକୋ ବିରୋଧୀ ଅନ୍ଦୋଳନ, କମ୍ପାନୀ କର୍ତ୍ତୃପକ୍ଷଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ଦାବି କଲେ ଆନ୍ଦୋଳନକାରୀ

26/09/2020 at 4:26 PM

ଚଣ୍ଡିଖୋଲ, ୨୬ ।୦୯: ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅଧିନସ୍ଥ ହରିଦାସପୁର୍ ପଞ୍ଚାୟତରେ ପ୍ରତିଷ୍ଠିତ ରାମକୋ ସିମେଣ୍ଟ କମ୍ପାନୀର ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଲେଣି ସ୍ଥାନୀୟ ଲୋକ । ଶେଷରେ ସ୍ଥାନୀୟ ଲୋକେ ପ୍ରତିବାଦ ଆରମ୍ଭ କରିଦେଇଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କମ୍ପାନୀ ଆରମ୍ଭ ସମୟରେ ସ୍ଥାନୀୟ ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଶାଗମାଛ ଦରରେ ଲୋକଙ୍କ ଠାରୁ ଜମି ନେଇଛି।ବିଶେଷ କରି ସ୍ଥାନୀୟ ଲୋକେ ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ଆଶାରେ ପ୍ରଲୋଭିତ ହୋଇ କମ୍ପାନୀକୁ ସମର୍ଥନ ଦେଇ ଆସୁଥିଲେ । ସ୍ଥାନୀୟ ଲୋକଙ୍କ ନିଯୁକ୍ତି ସହିତ ବନୀକରଣ ଓ ରାସ୍ତା ଘାଟର ଉନ୍ନତି ଦିଗ ପ୍ରତି ଉପେକ୍ଷା କରିଚାଲିଛି କମ୍ପାନୀ। ଯାହାକୁ ନେଇ ବାଟିଜଙ୍ଗା ଗ୍ରାମରେ ଏକ ସାମ୍ବାଦିକ ସମ୍ମିଳନୀରେ ହରିଦାସପୁର୍ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଓ ବହୁ ବୁଦ୍ଧିଜିବୀ ନିଜ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

ସେମାନେ ଦାବି କରିଛନ୍ତି ଯେ, କମ୍ପାନୀ ଆସନ୍ତା ସୋମବାର ସୁଧା ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ବାବଦରେ ଲିଖିତ ପ୍ରତିଶୃତି ଦେଉ । ନଚେତ ହରିଦାସପୁର୍ ପଞ୍ଚାୟତର ବାଟିଜଙ୍ଗା,ଶ୍ରୀମତପୁର୍,ନାନପୁର୍,ଯୋକଡା, ମୁରାରିପୁର,ରଘୁନାଥପୁର ଆଦି ଗ୍ରାମର ହଜାର ହଜାର ମହିଳା, ପୁରୁଷ କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।

   Related Posts