ଥାନା ବାବୁଙ୍କ ଦାଦାଗିରି, ଅଧିକାରୀଙ୍କ ବଦଳି ଦାବିରେ ଉତ୍ତେଜନା, ରାସ୍ତା ଅବରୋଧ କଲେ ଲୋକେ

Published By : Prameya-News7 Bureau | October 03, 2021 IST

କନ୍ଧମାଳ, ୦୩/୧୦: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଧିକାରୀ ରମାକାନ୍ତ ପାତ୍ରଙ୍କ ବୌରାତ୍ମ୍ୟରେ ଅତିଷ୍ଠ ହୋଇ ଆନ୍ଦୋଳନକୁ ଓହ୍ଲାଇଲେ ଲୋକେ । ରବିବାର ସନ୍ଧ୍ୟାରେ ଶତାଧିକ ଉତ୍ତ୍ୟକ୍ତ ଲୋକ, ବ୍ୟବସାୟୀମାନେ ପାତ୍ରଙ୍କ ତୁରନ୍ତ ବଦଳି ଦାବି କରି ଖଜୁରୀପଡ଼ାଠାରେ ଫୁଲ ବାଣୀ-ଭୁବନେଶ୍ଵର ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବଜାରରେ ସମସ୍ତ ଦୋକାନବଜାର ମଧ୍ୟ ବନ୍ଦ କରିଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଥାନା ଅଧିକାରୀ ରମାକାନ୍ତ ପାତ୍ରଙ୍କ ବିରୁଦ୍ଧରେ ମନମୁଖି କାରବାର, ମାତ୍ରାଧିକ ଦୁର୍ନୀତି, ପ୍ରିୟା ପ୍ରିତି ତୋଷଣ ସାଙ୍ଗକୁ ସ୍ଥାନୀୟ ଲୋକଙ୍କୁ, ର୍ଦୁବ୍ୟବହାର ପ୍ରଦର୍ଶନ ଆଦି ଅଭିଯୋଗ ହୋଇଆସୁଥିଲା। ହେଲେ ଲୋକେ ସହିଆସୁଥିଲେ । ତେବେ ଆଜି ସେ ବିନା କାରଣରେ ବଜାରକୁ ଆସିଲୋକଙ୍କୁ ଗାଳିଗୁଲଜ କରିବା ସହ ମାରଧର କରିଥିଲେ । ଏଥିସହ ଆତଙ୍କରାଜ ଚଳାଇବା ଫଳରେ ଶେଷରେ ଲୋକେ ଉତ୍ତ୍ୟକ୍ତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନା ଅଧିକାରୀ ପାତ୍ରଙ୍କ ତୁରନ୍ତ ବଦଳି ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.