Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ତୈଳ ଦର ବୃଦ୍ଧି ନେଇ କଣ୍ଟାବାଞ୍ଜିରେ ୬ ଘଣ୍ଟିଆ ବନ୍ଦ ପାଳନ, ରାସ୍ତା ରୋକ

15/07/2021 at 7:05 PM

କଣ୍ଟାବାଞ୍ଜି ୧୫/୦୭ : ତୈଲଦର ବୃଦ୍ଧି ନେଇ ୬ ଘଂଟିଆ ଓଡିଶା ବନ୍ଦ ଡାକରା ଦେଇଥିଲା ଶ୍ରମିକ ସଂଗଠନ । ଏହାର ପ୍ରଭାବ କଂଟାବାଞ୍ଜିରେ ଦେଖିବାକୁ ମିଲିଛି । ବାମପନ୍ଥୀ ଦଳ ସିପିଆଇ, ଏଆଇଟିୟୁସି ଭଲି ବିଭିନ୍ନ ଶ୍ରମିକ ସଂଗଠନ ବନ୍ଦ ପାଳନ କରିଛନ୍ତି । ସଂଗଠନର ସଦସ୍ୟମାନେ କଂଟାବାଞ୍ଜିରୁ ବଙ୍ଗୋମୁଣ୍ଡା ଯାଇଥିବା ୪୨ ନମ୍ବର ରାଜ୍ୟ ରାଜପଥକୁ ଜାମ କରିଥିଲେ । ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା । କେବଳ ଜରୁରୀ ସେବାକୁ ରାସ୍ତା ରୋକରୁ ବାଦ ଦିଆଯାଇଥିଲା । ରାସ୍ତାରୋକ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । କଂଟାବାଞ୍ଜି ସହରର ଥିବା ଦୋକାନ ବଜାର ମଧ୍ୟ ବନ୍ଦ ଥିବା ଦେଖାଯାଇଛି । ଆନ୍ଦୋଳନକାରୀ ମାନେ ପିକେଟିଂଗ କରି ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ କରିବା ସହ ସେମାନେ କାହିକିଁ ବନ୍ଦ ଡାକରା ଦେଇଛନ୍ତି ସେନେଇ ଅବଗତ କରାଇଥିଲେ । ସେହିପରି ତୁରେକେଲାରେ ମଧ୍ୟ ଏହି ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି ।

   Related Posts