ଏନଆରଜିଏସ ଅର୍ଥ ହେରଫେର, ଅଭିଯୁକ୍ତଙ୍କ ଗିରଫ ଦାବି ନେଇ ଥାନାରେ ଧାରଣା ଦେଲେ ହିତାଧିକାରୀ

Published By : Prameya-News7 Bureau | October 03, 2021 IST

ବାରଙ୍ଗ, ୦୩/୧୦: ପୋଖରୀ ପୁଃନଉଦ୍ଧାର କାମରେ ନିୟୋଜିତ ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ ।  ଶ୍ରମକିମାନଙ୍କୁ ଠକି ଥିବା ଠିକାଦାରଙ୍କ ବିରୋଧରେ ନନ୍ଦନକାନନ ଥାନାରେ ଏତଲା ଦେବା ସହିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ, ଶ୍ରମିକମାନେ ଆଜି ନନ୍ଦନକାନନ ଥାନାରେ ଧାରଣା ଦେଇଛନ୍ତି । 

ଗତ ଦୁଇ ମାସ ତଳେ ଭୁବନେଶ୍ବର ବ୍ଲକ ଦାଢା ପଂଚାୟତରେ ଏକ ପୋଖରୀ ପୁନଃଉଦ୍ଧାର ପାଇଁ, ପଂଚାୟତ ପିଓ ପ୍ରାୟ ୫୦ ଜଣ ଶ୍ରମିକଙ୍କୁ ନିୟୋଜିତ କରିଥିଲେ । ଏହି କାମ ଶେଷ ହେବାର ଦୁଇ ମାସ ବିତିଯାଇଥିଲେ ସୁଦ୍ଧା, ଆଜି ଯାଏଁ ଶ୍ରମିକମାନଙ୍କୁ ପାରିଶ୍ରମିକ ମିଳି ପାରିନାହିଁ  । ଯାହାକୁ ନେଇ ଶ୍ରମିକମାନେ ଧାରଣା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.