ଜମିବାଡ଼ି ବିବାଦକୁ ନେଇ ପିଆଇ ଦେଇଥିଲେ ବିଷ, ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଆଗରେ ଧାରଣା

Published By : Prameya-News7 Bureau | October 24, 2021 IST

ମହାକାଳପଡ଼ା, ୨୪/୧୦:  କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଲଂଜୁରା ପଂଚାୟତ ଦୋଳିଗାଁରେ ଅଭାବନୀୟ ଘଟଣା ଗତ ଅଗଷ୍ଟ ୩୦ ତାରିଖ ଦିନ ଘଟିଥିଲା । ଜମିବାଡି ବିବାଦକୁ କେନ୍ଦ୍ରକରି ଗ୍ରାମର କିଛି ଲୋକ ମାଡ ମାରିବା ସହିତ ପୁରୁଷୋତ୍ତମ ସ୍ବାଇଁଙ୍କୁ  ବିଷ ପିଆଇ ଦେଇଥିଲେ  । ଘଟଣା ଘଟିବାର ଦୁଇ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ କାର୍ଯ୍ୟନୁଷ୍ଠାନ ନ ନେବାରୁ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ କେନ୍ଦ୍ରାପଡା ଜିଲ୍ଲା ତିଆପାଳ  ସାମୁଦ୍ରିକ ଥାନା ଆଗରେ  ପୁରୁଷୋତ୍ତମ ସ୍ବାଇଁଙ୍କ ପରିବାର ଧାରଣା ଦେଇଥିବା ଜଣାପଡ଼ିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.