Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଏସଡ଼ିଏମଓଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଓମସାର ବୈଠକ, ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନହେଲେ ୭୨ ଘଣ୍ଟା ପରେ ହେବ ଆନ୍ଦୋଳନ

9/04/2021 at 10:16 PM

ନୀଳଗିରି, ୯/୪: ନୀଳଗିରି ଫଳକ ଭଙ୍ଗା ଓ ଏସଡିଏମଓଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣାକୁ ନେଇ ଦିନକୁ ଦିନ ବିବାଦ ବଢି ଚାଲିଛି । ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ଦାବିରେ ଆଜି ଓମସା ତରଫରୁ ଏକ ଜରୁରୀ ବୈଠକ ବସିଥିବା ଜଣାପଡିଛି ।

ଗତ ୭ ତାରିଖରେ ନୀଳଗିରି ଟ୍ରକ ଏସୋସିଏସନ ତରଫରୁ ନୂତନ କେବିନ ଗୃହର ଉଦଘାଟନ ଉତ୍ସବ ଥିଲା । ଫଳକରେ ବିଜେପି ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ନାମ ଥିବା ବେଳେ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ନଥିବା ଜାଣି ତାଙ୍କ ସମର୍ଥକ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ହସ୍ପିଟାଲକୁ ଆସି ଏସଡିଏମଓଙ୍କୁ ଘେରିଥିଲେ । ଫଳକ ଭଙ୍ଗା ରୁଜା ମଧ୍ୟ ହୋଇଥିଲା । ଏଥିରେ ବିଜେପି ନେତା ଶୁଭ୍ରାଶୁଂ ଶେଖରଙ୍କୁ ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ତେବେ ଘଟଣା ସହିତ ଜଡିତ ଥିବା ସମସ୍ତ ଦୋଷୀଙ୍କୁ ନିୟମ ଅନୁସାରେ ଦଣ୍ଡଦେବା ଦାବି କରି ହସ୍ପିଟାଲର ଡାକ୍ତର,ନର୍ସ ଓ ସମସ୍ତ କର୍ମଚାରୀ କଳାବ୍ୟାଚ ପରିଧାନ କରି ରୋଗୀ ସେବା ଯୋଗାଇ ଆସୁଛନ୍ତି । ଆଜି ଓମସା ନୀଳଗିରି ଶାଖା ତରଫରୁ ସମ୍ପାଦକ କୈଳାସ ଚନ୍ଦ୍ର ବେହେରାଙ୍କ ଅଧକ୍ଷତାରେ ଡ଼ଃ ରାମକୃଷ୍ଣ ସାହୁ, ଡ଼ଃ ସୁରଜ କୁମାର ଜେନା, ଡ଼ଃ ବି ସୁବ୍ରମନ୍ୟମ, ଡ଼ଃ ସରୋଜିନୀ ପ୍ରଧାନ, ଡ଼ଃ ଅଙ୍କିତା ଦାସ, ଡ଼ଃ ଶୁଭ୍ରାଂଶୁ ଶେଖର ପରିଡା, ଡ଼ଃ ତ୍ରିନାଥ ପାଲ ପ୍ରମୁଖଙ୍କ ଉପସ୍ଥିତିରେ ଏକ ବୈଠକ ବସି ନିୟମ ଅନୁସାରେ କାର୍ଯ୍ୟନୁଷ୍ଠାନ ଦାବି କରିବାକୁ ୭୨ ଘଣ୍ଟା ସମୟ ଦେଇଛନ୍ତି । ଯଦି ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ନନିଆଯାଏ ତାହେଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି ଚେତାବନୀ ଦେଇଛନ୍ତି । ଗୋଟିଏ ପଟେ ପୋଲିସ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଥିବା ବେଳେ ପୁଣି ଓମସାର ଏଭଳି ପୋଲିସ ଉପରେ ଚାପ ନେଇ କିପରି କାର୍ଯ୍ୟନୁଷ୍ଠାନ ହେଉଛି ତାହା ଉପରେ ସମସ୍ତଙ୍କ ନଜର ଥିବା ଜଣାପଡିଛି ।

   Related Posts