ବିଭିନ୍ନ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଚାଷୀ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Published By : Prameya-News7 Bureau | March 09, 2021 IST

ରାଇରଙ୍ଗପୁର, ୦୯/୦୩: ରାଜ୍ୟରେ ଦିନକୁ ଦିନ ଚାଷୀ ଅସନ୍ତୋଷ ତେଜିବାରେ ଲାଗିଛି । ସରକାରଙ୍କ ମଣ୍ଡି ବ୍ୟବସ୍ଥା ଏବଂ ସେବା ସମବାୟ ସମିତିର ମନମୁଖୀ କାର୍ଯ୍ୟକଳାପ ବିରୋଧରେ ଚାଷୀମାନେ ରାସ୍ତାରୋକ ସହ ବିକ୍ଷୋଭ କରୁଥିବା ଘଟଣା ବାରମ୍ୱାର ସାମ୍ନାକୁ ଆସୁଛି ।

ସେହିପରି ବିଭିନ୍ନ ସମସ୍ୟାକୁ ନେଇ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ରାଜରାସ୍ତାକୁ ଓହ୍ଲାଇଥିବା ଜଣାପଡ଼ିଛି । ପଞ୍ଜିକୃତ ଚାଷୀଙ୍କୁ ଟୋକନ ପ୍ରଦାନ କରିବା ପରେ ମଧ୍ୟ ତାକୁ ବାତିଲ କରିଥିବା ଲ୍ୟାମ୍ପ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ବାତିଲ କରାଯାଇଥିବା ଟୋକେନଧାରୀ ପଞ୍ଜିକୃତ ଚାଷୀଙ୍କୁ ପୁନର୍ବାର ଟୋକେନ୍ ଦେବା, କିଣା ଯାଉଥିବା ଧାନରେ କଟିଂ ବ୍ୟବସ୍ଥା ବନ୍ଦ କରିବା ଆଦି ଦାବିରେ ସଂଗଠନର କର୍ମକର୍ତ୍ତା ଏକ ଶୋଭାଯାତ୍ରା କରିଛନ୍ତି ।

ସେମାନେ ଏହି ଶୋଭାଯାତ୍ରାରେ ରାଇରଙ୍ଗପୁର ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.