Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ପଙ୍ଗାଗାର୍ଲ କଙ୍ଗନାଙ୍କ ସମର୍ଥନରେ ବାହାରିଲା ମହାରାଷ୍ଟ୍ର ସରକାରଙ୍କ ଶବ ଯାତ୍ରା

11/09/2020 at 6:52 PM

ଚଣ୍ଡୀଗଡ଼ ୧୧/୦୯ : ଭାରତୀୟ ଜନତା ଦଳ ଯୁବ ମୋର୍ଚ୍ଚା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସମର୍ଥନରେ ଓହ୍ଲାଇଛନ୍ତି | ଶୁକ୍ରବାର ଦିନ ଯୁବ ମୋର୍ଚ୍ଚା ଚଣ୍ଡୀଗଡ଼ରେ ମହାରାଷ୍ଟ୍ର ସରକାର ବିରୋଧରେ ପ୍ରଦର୍ଶନ କରିଛନ୍ତି | ବିଜେପି ଯୁବ ମୋର୍ଚ୍ଚା ନେତାମାନେ ମହାରାଷ୍ଟ୍ର ସରକାରଙ୍କ ଶବ ଯାତ୍ରା ବାହାର କରିଥିଲେ |

ଏକ କୁଶ ପୁତ୍ତଳିକା ତିଆରି କରି ସେଥିରେ ଉଦ୍ଧବ ଠାକରେଙ୍କ ପୋଷ୍ଟର ଲଗାଇ ଶବ ଯାତ୍ରା ବାହାର କରିଥିଲେ | ବିଜେପି ନେତା କହିଛନ୍ତି ଯେ, ମହାରାଷ୍ଟ୍ର ସରକାର କଙ୍ଗନାଙ୍କ ବିରୋଧରେ ପ୍ରତିଶୋଧ ଭାବନା ରଖିଛନ୍ତି | ସାରା ଦେଶ କଙ୍ଗନାଙ୍କ ସପକ୍ଷରେ ଛିଡା ହୋଇଛି ବୋଲି ସେମାନେ କହିଛନ୍ତି |

ତେବେ ଦେଶବାସୀ କଙ୍ଗନାଙ୍କ ବିରୋଧରେ ମୁମ୍ବାଇରେ ହୋଇଥିବା କାର୍ଯ୍ୟାନୁଷ୍ଠାନର ଜବାବ ମାଗୁଛି ବୋଲି ଯୁବ ମୋର୍ଚ୍ଚା କହିଛି |

ସଞ୍ଜୟ ରାଉତଙ୍କ ବୟାନ ପରେ କଙ୍ଗନା ମହାରାଷ୍ଟ୍ର ସରକାରଙ୍କ ଖୁବ ବରଷିଥିଲେ | ମୁମ୍ବାଇ ନ ଆସିବାକୁ କଙ୍ଗନାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା | କିନ୍ତୁ କଙ୍ଗନା ସଞ୍ଜୟ ରାଉତଙ୍କୁ ଚ୍ୟାଲେଞ୍ଜ କରି ମୁମ୍ବାଇ ଆସିଥିଲେ | କିନ୍ତୁ ସେ ମୁମ୍ବାଇ ପହଞ୍ଚିବା ପୂର୍ବରୁ ବିଏମସି ତାଙ୍କ ଅଫିସ ଭାଙ୍ଗିଥିଲା | ଏହାପରେ ଏକ ନୂଆ ବିବାଦ ଜନ୍ମ ନେଇଥିଲା | ଏହି ବିବାଦକୁ ନେଇ ବର୍ତ୍ତମାନ ରାଜନୀତି ଜୋର ଧରିଛି |

   Related Posts