ଲକ୍‌ଡାଉନ୍‌କୁ ନେଇ ତାତିଲେ ଲୋକେ, କରୋନା ସେଣ୍ଟରରେ ଲଗାଇଲେ ନିଆଁ, ହସ୍ପିଟାଲ ଉପରେ କଲେ ଆକ୍ରମଣ

Published By : Prameya-News7 Bureau | January 25, 2021 IST

ନୂଆଦିଲ୍ଲୀ ୨୫।୦୧: କେତେବେଳେ ଲକ୍‌ଡାଉନ୍ ତ କେତେବେଳେ ସଟ୍‌ଡାଉନ୍ ଏବଂ ଆଉ କେତେବେଳେ କର୍ଫ୍ୟୁ। ଏମିତି କଟକଣାରେ ବିତସ୍ପୃତ ହୋଇ ଉଠିଲେଣି ଲୋକେ। ଦିନେ କି ଦୁଇ ଦିନ ନୁହେଁ ମାସ ମାସ ଧରି ଏମିତି ସ୍ଥିତିରେ ରହିବା ପରେ ଲୋକେ ଧୈର୍ଯ୍ୟହରା ହେଲେଣି। ଏହି ଲକ୍‌ଡାଉନ୍‌କୁ ନେଇ ବିରୋଧ କରିବା ମଧ୍ୟ ଆରମ୍ଭ କଲେଣି। କରୋନା ଲକ୍‌ଡାଉନ୍‌ ବିରୋଧରେ ଏବେ ୟୁରୋପରେ ଅଧିକ ମାତ୍ରାରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି।

ଲକ୍‌ଡାଉନ୍‌କୁ ବିରୋଧ କରି ନେଦରଲାଣ୍ଡରେ ଉତ୍ତେଜିତ ପ୍ରଦର୍ଶନାରୀମାନେ ଏକ କରୋନା ଟେଷ୍ଟିଂ ସେଣ୍ଟରରେ ନିଆଁ ଲଗାଇ ଦେଇଛନ୍ତି। ଏଥି ସହ ଏକ ହସ୍ପିଟାଲ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ଅନ୍ୟପଟେ ସ୍ପେନର ରାଜଧାନୀ ମାଦ୍ରିଦ୍‌ରେ ମଧ୍ୟ ହଜାର ସଂଖ୍ୟାରେ ଲୋକ ଲକ୍‌ଡାଉନ୍  ବିରୋଧରେ ସଡକକୁ ଓହ୍ଲାଇଛନ୍ତି।

ନେଦରଲାଣ୍ଡରେ ବିରୋଧ ପ୍ରଦର୍ଶନ ସେତେବେଳେ ଆରମ୍ଭ ହେଲା, ଯେତେବେଳେ ପ୍ରଥମ ଥର ରାତି ୯ଟାରୁ ସକାଳ ୪ଟା ୩୦ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଗଲା। ଦ୍ଵିତୀୟ ବିଶ୍ଵ ଯୁଦ୍ଧ ପରେ ପ୍ରଥମ ଥର ନେଦରଲାଣ୍ଡରେ ଏହି କର୍ଫ୍ୟୁ ଲାଗୁ କରାଯାଇଛି।

{"id":398421,"sizeSlug":"large","linkDestination":"none"}

ଆମ୍ସଟର୍ଡନରୁ ପ୍ରାୟ ୮୦ କିଲୋମିଟର ଦୂର ଉର୍କରେ ପ୍ରଦର୍ଶନକାରୀ  ଏକ ଟେଷ୍ଟିଂ ସେଣ୍ଟରରେ ପଶି ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ଅଧିକାରୀ କହିଛନ୍ତି, ଏହି ଘଟଣାକୁ କଦାପ ସ୍ଵୀକାର କରାଯାଇ ପାରିବ ନାହିଁ। ଏହା ସ୍ଵାସ୍ଥ୍ୟ ଅଧିକାରୀଙ୍କ ଉପରେ ଚାପୁଡା ମାରିବା ସଦୃଶ ହୋଇଛି।

ବିରୋଧ ଏବଂ ଜଳାପୋଡା ପରେ ବି ରାତିରେ କର୍ଫ୍ୟୁ ଜାରି ରହିବ ବୋଲି ଅଧିକାରୀ କହିଛନ୍ତି। ନେଦରଲାଣ୍ଡ ସ୍ଵାସ୍ଥ୍ୟ ମନ୍ତ୍ରୀ ହୁଗୋ ଡେ ଜୋଙ୍ଗେ କହିଛନ୍ତି, ଟେଷ୍ଟିଂ ସେଣ୍ଟରରେ ନିଆଁ ଲଗାଇବା ଘଟଣା ସମସ୍ତ ସୀମା ପାର କରିଛି। ଏନଚେଦେ ସହରର ଏମଏସଟି ହସ୍ପିଟାଲରେ ପ୍ରଦର୍ଶନକାରୀ ବାଣ ଫୁଟାଇ ଆକ୍ରମଣ କରିଛନ୍ତି।

{"id":398422,"sizeSlug":"large","linkDestination":"none"}

ନେଦରଲାଣ୍ଡରେ ଡିସେମ୍ବର ମଧ୍ୟ ଭାଗରୁ ହିଁ କରୋନାକୁ ନେଇ କଡା କଟକଣା ଜାରି ରହିଛି। ଏହାକୁ ଫେବୃଆରୀ ୯ ପର୍ଯ୍ୟନ୍ତ ଜାରି ରଖାଯିବାର ଯୋଜନା ରହିଛି। ପୁଲିସ ଅନୁଯାୟୀ ଦେଶରେ କର୍ଫ୍ୟୁ ଉଲ୍ଲଂଘନ କରିଥିବା ୩୬୦୦  ଲୋକଙ୍କ ଉପରେ ଜରିମାନା ଲଗାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.