Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ମଦ ଏବଂ ଦେହ ବେପାରକୁ ନେଇ ତାତିଲେ ମହିଳା, ବ୍ୟବସାୟୀଙ୍କ ଘରେ ପଶି ସବୁ ନଷ୍ଟ କରିଦେଲେ

23/10/2021 at 9:11 PM

ଜଳେଶ୍ଵର, ୨୩/୧୦: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଜାମକୁଣ୍ଡା ଲକ ପାଖରେ ଏକ ସରକାରୀ ଜାଗାରେ ବେଆଇନ ଭାବରେ ହେଉଥିବା ମଦ ଗଞ୍ଜେଇ ଓ ଦେହ ବେପାରକୁ ବିରୋଧ କରି ଆଜି ସ୍ଥାନୀୟ ମହିଳା ସଂଘ ଏକଜୁଟ ହୋଇ ଆକ୍ରମଣ କରିଛନ୍ତି । ଫଳରେ ବେଆଇନ ବେପାର କରୁଥିବା ଜାମକୁଣ୍ଡା ଅଞ୍ଚଳର ସୃଷ୍ଟୀ ଧର ପିଳା ଘଟଣାସ୍ଥଳରୁ କୌଶଳକ୍ରମେ ଫେରାର ହୋଇ ଯାଇଥିବା ବେଳେ ମହିଳାମାନେ ତାଙ୍କ ଘରୁ ବିପୁଳପରିମାଣର ଗଞ୍ଜେଇ ଓ ମଦ ଜବତ କରିବା ସହିତ ତାକୁ ନଷ୍ଟ କରିଛନ୍ତି ।

ତେବେ ଘଟଣାସ୍ଥଳରେ ଉତ୍ତେଜନା ଅଧିକ ହେବାରୁ ଜାମକୁଣ୍ଡା ଫାଣ୍ଡି ଓ ବାଲିଆପାଳ ପୋଲିସ ପହଞ୍ଚି ଆନ୍ଦୋଳନକାରୀ ମହିଳାମାନଙ୍କୁ ବୁଝା ଶୁଝା କରିଥିଲେ । ପରେ ମହିଳାମାନେ ଏକ ଲିଖିତ ଅଭିଯୋଗ ଥାନା ଅଧିକାରୀଙ୍କୁ ଦେଇ ଉକ୍ତ ସ୍ଥାନରେ ହେଉଥିବା ବେଆଇନ କାର୍ଯ୍ୟକୁ ବନ୍ଦ କରିବାକୁ ଦାବି କରିବା ସହିତ ଅଭିଯୁକ୍ତକୁ ଗିରଫ କରିବାକୁ ଜୋର ଦେଇଛନ୍ତି । ପୂର୍ବରୁ ସ୍ଥାନୀୟ ଅଞ୍ଚଳର କାଳିକା, ଓମ ସାଇ, ସରସ୍ଵତୀ ଓ ମାଆ ବାସୁଳୀ ମହିଳା ସଂଘ ସହିତ ଗ୍ରାମବାସୀ ବାଲିଆପାଳ ଥାନାରେ ବହୁ ଥର ଅଭିଯୋଗ କରିଥିଲେ ମଧ୍ୟ ଫାଣ୍ଡି ବାବୁ, ଥାନା ଅଧିକାରୀ କିମ୍ବା ଅବକାରୀ ବିଭାଗ ଏଥିପ୍ରତି ଗୁରୁତ୍ଵ ଦେଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନ ଆନ୍ଦୋଳନ ବୃଦ୍ଧି ପାଉଛି ।

   Related Posts