ମଦ ଦୋକାନ ଉଚ୍ଛେଦ ପ୍ରତିବାଦ ; ମଦ ଦୋକାନ ଭାଙ୍ଗିବା ସହ ବାଇକ ଜାଳିଲେ ଉତ୍ୟକ୍ତ ଲୋକେ
14/06/2018 at 8:06 AM

ଜୋର ଧରିବାରେ ଲାଗିଛି ମଦ ଦୋକାନ ଉଚ୍ଛେଦ ପ୍ରତିବାଦ । ଗତକାଲି ମାର୍ଶାଘାଇ ଅଙ୍ଗୁଳାଇ ପଞ୍ଚାୟତରେ ମଦ ଦୋକାନ ଉଚ୍ଛେଦ ହୋଇଥିବା ଆନ୍ଦୋଳନ ଆଜି ଉଗ୍ର ରୂପ ନେଇଛି । ପ୍ରଶାସନ ପ୍ରତିଶୃତି ପାଳନ ହୋଇନଥିବାରୁ ମଦ ଦୋକାନ ଭଙ୍ଗାରୁଜା କରିବା ସହ ଏକ ବାଇକ୍ ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ଏହାସହ ମଦ ଦୋକାନ କର୍ମଚାରୀଙ୍କୁ ଆକ୍ରମଣ କରି ତାଙ୍କୁ ଲହୁ ଲୁହାଣ କରିଦେଇଛନ୍ତି । ଗଣ୍ଡଗୋଳରେ ମୋଟ ୫ ଜଣ ଆହତ ହୋଇଛନ୍ତି । ମଦ ଦୋକାନ ଖୋଳାଯିବନି ବୋଲି ଗତକାଲି ପ୍ରଶାସନ ପ୍ରତିୃଶୃତି ଦେଇଥିଲା । ହେଲେ ଆଜି ସକାଳୁ ପୁଣି ଥରେ ମଦ ଦୋକାନ ଖୋଲିବାରୁ ଉତ୍ତେଜନା ଦେଖାଦେଇଥିଲା । ମଦ ଦୋକାନ ଉଚ୍ଛେଦ ଦାବିରେ ଗତକାଲି ଅଙ୍ଗୁଳାଇ ପଞ୍ଚାୟତବାସୀ ରାସ୍ତାରେ ଧାରଣା ଦେଇଥିବା ବେଳେ ମଦ ଦୋକାନ ନଖୋଲିବାକୁ ନେଇ ପ୍ରଶାସନର ପ୍ରତିଶୃତି ପରେ ଘଟଣାସ୍ଥଳରୁ ଉଠିଥିଲେ ।
Related Posts
ମାଘ ମେଳାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଟ୍ରମ୍ପ ଓ ହିଟଲର ବାବା
23 January 2021
ଜଳେଶ୍ବରରୁ ଜବତ ହେଲା ନକଲି ପାନ ମସଲା, ଦୁଇ ଅଭିଯୁକ୍ତ ଅଟକ
23 January 2021