ବିଜେଡି ଜିଲ୍ଲା ସଭାପତିଙ୍କ କଂଗ୍ରେସ କର୍ମୀଙ୍କୁ ମାଡ ପ୍ରତିବାଦରେ ପଟ୍ଟାମୁଣ୍ଡେଇ ରାଜନଗର ରାସ୍ତା ଅବରୋଧ

Published By : Prameya-News7 Bureau | September 02, 2018 IST

କେନ୍ଦ୍ରାପଡା ୨/୯ : କେନ୍ଦ୍ରାପଡାରେ କଂଗ୍ରେସ କର୍ମୀ ସମୀର ଜେନାଙ୍କୁ ବିଜେଡି ଜିଲ୍ଲା ସଭାପତିଙ୍କ ମାଡର ପ୍ରତିବାଦ ରାସ୍ତା ଅବରୋଧ | କଖାରୁଣୀ ଠାରେ ପଟ୍ଟାମୁଣ୍ଡେଇ ରାଜନଗର ମୁଖ୍ୟ ରାସ୍ତା ଅବରୋଧ କରିବା ସହ ରାଜନଗର ଥାନା ଘେରିଛନ୍ତି କଂଗ୍ରେସ କର୍ମୀ | ଏହା ସହ ବିଜେଡି ସଭାପତି ଧ୍ରୁବ ସାହୁଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି | ଧ୍ରୁବ ସାହୁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଂଗ୍ରେସ କର୍ମୀ | ଗତକାଲି ଏକ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ କଂଗ୍ରେସ କର୍ମୀ ସମୀର ଜେନାକୁ ମାଡ ମାରିଥିବାକୁ ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.