IPL ବନ୍ଦ କର : BCCIକୁ ଜୋରଦାର ବିରୋଧ କରୁଛନ୍ତି ବ୍ୟବସାୟୀ ସଙ୍ଗଠନ, ଅମିତ ଶାହଙ୍କୁ ଅପିଲ୍, ଫଟାଫଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଶର ସ୍ୱାର୍ଥ ଓ ସ୍ୱାଭିମାନ ବିରୋଧୀ

Published By : Prameya-News7 Bureau | August 03, 2020 IST

ନୂଆଦିଲ୍ଲୀ, ୦୩|୦୮: ଚାଇନା କମ୍ପାନୀ ଭିଭୋକୁ ଆଇପିଏଲରେ ବିସିସିଆଇ ପ୍ରାୟୋଜକ ରଖିବା ପରେ ଦେଶରେ ବ୍ୟବସାୟୀମାନେ ଏହାକୁ କଡା ବିରୋଧ କରିଛନ୍ତି । ଏନେଇ ଭାରତୀୟ ବ୍ୟବସାୟୀ ସଙ୍ଘ ବିସିସିଆଇର ନିଷ୍ପତ୍ତିକୁ ବିରୋଧ କରି ଗୃହମନ୍ତ୍ରୀ ଅମିତ ଶାହ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପତ୍ର ଲେଖିଛି । ଏହାସହ ଆଇପିଏଲକୁ ବ୍ୟାନ୍ କରିବା ପାଇଁ ମଧ୍ୟ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଭାରତ ସରକାର ଆଇପିଏଲରୁ ଦୁବାଇରେ ଆୟୋଜନା ପାଇଁ ଅନୁମତି ଦେଇଛନ୍ତି । ଏହାର ଆୟୋଜନା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ । ଫାଇନାଲ ମ୍ୟାଚ ନଭେମ୍ବର ୧୦ରେ ଖେଳାଯିବ । ସମସ୍ତ ମୁକାବିଲା ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ ।

ସିଏଆଇଟିର ମହାସଚିବ ଗୃହମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ବିସିସିଆଇ ଚୀନ କମ୍ପାନୀ ଭିଭୋକୁ ଦୁବାଇରେ ଆୟୋଜିତ ଆଇପିଏଲ ପାଇଁ ପ୍ରାୟୋଜକ ଭାବେ ଦାୟିତ୍ୱ ମିଳିଛି । ଏହି ସମୟରେ ଚୀନ ସହ ଭାରତର ବିବାଦ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଆତ୍ମ ନିର୍ଭର ଆଡକୁ ମୁହାଁଉଛି । ଏହି ସମୟରେ ବିସିସିଆଇପ ନିଷ୍ପତ୍ତି ସରକାରଙ୍କ ବାଣିଜ୍ୟ ନୀତିବିରୋଧି ।

ସୋମବାର ସ୍ୱଦେଶୀ ଜାଗରଣ ମଞ୍ଚ ମଧ୍ୟ ବିସିସିଆଇର ନିଷ୍ପତ୍ତିକୁ ବିରୋଧ କରିଥିଲା । ଆଇପିଏଲରେ ଦେଶବାସୀଙ୍କ ଭାବନାକୁ ନଜର ଅନ୍ଦାଜ କରାଯାଇଥିବା ମଞ୍ଚ ଅଭିଯୋଗ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.