ବେଆଇନ ମଦ ବିକ୍ରିକୁ ବିରୋଧରୁ କାଶିଆଡ଼ିହିରେ ଉତ୍ତେଜନା, ପୋଲିସ୍‌ ପକାଇଛି ଡେରା

Published By : Prameya-News7 Bureau | July 04, 2021 IST

ଢେଙ୍କାନାଳ, ୦୪/୦୭: ବେଆଇନ ମଦ ବିକ୍ରିକୁ ବିରୋଧ କରିବାରୁ ବିବାଦ ଆଉ ହତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ପରେ ଦୁଇ ଗୋଷ୍ଠି ମଧ୍ୟରେ ଛକା ପଞ୍ଝାରୁ ଉତ୍ତ୍ୱେଜନା ମଧ୍ୟ ଦେଖିବାକୁ ମିଳିଛି । ଦୁର୍ବୁତ୍ତମାନେ ଘରେ ନିଆଁ ଲଗାଇ ଦେବାରୁ  ତିନି-ଚାରି ବଖରା ପୋଡି ପାଉଁଶ ହୋଇଯାଇଛି । ଢେଙ୍କାନାଳରୁ ଦମକଳ ବାହିନୀ ଯାଇ ନିଆଁକୁ ଆୟତ୍ତ କରିଛି । ମାତ୍ର ସେପଟେ ଦୁଇ ଗୋଷ୍ଠି ମଧ୍ୟରେ ଛକା ପଞ୍ଝା ଲାଗିଥିବାରୁ ଗ୍ରାମରେ ଉତ୍ତ୍ୱେଜନା ପ୍ରକାଶ ପାଇଛି । ଏପରି ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଶିଆ ଡିହ ଗ୍ରାମରେ ଘଟିଛି । 

ସୂଚନା ମୁତାବକ, ଗ୍ରାମରେ ବେଆଇନ ମଦ ବିକ୍ରିକୁ ଗ୍ରାମର ଯୁବକ ମାନେ ବିରୋଧ କରିଆସୁଛନ୍ତି । ଏହାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ହତାହାତି ହୋଇଥିଲେ । ଘଟଣା ସଦର ଥାନାକୁ ଯାଇଥିଲେ ମଧ୍ୟ ସଦର ପୁଲିସ ଏହାକୁ ଗୁରୁତ୍ୱ ଦେଇନଥିଲା । ଫଳରେ ଆଜି ଗ୍ରାମର ଭାରତ ନାୟକ ନାମକ ଜଣେ ଦଳିତଙ୍କ ପରିବାରକୁ ମାଡ଼ ପିଟ କରିବା ସହ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ଏହି ପରିବାର।

ମାତ୍ର ମଦ ବିକ୍ରି ବିରୋଧ କରି କିଛି ଯୁବକମାନେ ସେଠାକୁ ଯାଇ ପଚାର ଉଚୁରା କରୁଥିବା ବେଳେ ନିଜେ ନିଜଘରେ ନିଆଁ ଲଗାଇଦେଇଥିବା ସଫେଇ ଦେଇଛନ୍ତି ଅପରଗୋଷ୍ଠି । ଉଭୟ ଗୋଷ୍ଠି ପକ୍ଷରୁ ସଦର ଥାନାରେ ଅଭିଯୋଗ କରାଯାଇଥିବା ବେଳେ କାଶିଆ ଡିହ ଗ୍ରାମରେ ଉତ୍ତ୍ୱେଜନା ପ୍ରକାଶ ପାଇଛି । ଫଳରେ ଗ୍ରାମରେ ପୁଲିସ ଡେରା ପକାଇଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.