ଆୟେଶା ଫିଲ୍ମକୁ ବିରୋଧ କରି ମୁସଲିମ ମେଳି, ମହାପୁରୁଷ ମହମ୍ମଦଙ୍କ ପତ୍ନୀଙ୍କ ଚରିତ୍ରକୁ ବିକୃତ କରାଯାଇଥିବା ଅଭିଯୋଗ

Published By : Prameya-News7 Bureau | September 13, 2019 IST

ଭଣ୍ଡାରୀପୋଖରୀ୧୩|୯; ଆୟେଶା ଚଳଚ୍ଚିତ୍ରକୁ ବିରୋଧ କଲେ ୧୫ ହଜାର ରୁ ଅଧିକ ସଂଖ୍ୟକ ମୁସଲମାନ । ମୁସଲମାନ ସମ୍ପ୍ରଦାୟର ପବିତ୍ର ମା ତଥା ମହାପୁରୁଷ ମହମ୍ମଦଙ୍କ ଧର୍ମପତ୍ନୀ ହଜରତ ବିବି ଆୟେସା ଶିଦ୍ଦିକଙ୍କ ନାମରେ ନିର୍ମିତ ହୋଇଛି ଚଳଚ୍ଚିତ୍ର ଆୟେଶା । ସୂନୀ ସମ୍ପ୍ରଦାୟ ତଥା ଉତ୍ତରପ୍ରଦେଶ ୱାକଫ ବୋର୍ଡର ଜନୈକ ସଦସ୍ୟ ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବା ବେଳେ ଛତିଶ ସେକେଣ୍ଡର ଏକ ଟ୍ରେଲର ରିଲିଜ କରିଛନ୍ତି । ଏହି ଟ୍ରେଲରରେ ପବିତ୍ର ମା ତଥା ମହାପୁରୁଷ ମହମ୍ମଦଙ୍କ ଧର୍ମପତ୍ନୀ ହଜରତ ବିବି ଆୟେସା ଶିଦ୍ଦିକ ଙ୍କ ଚରିତ୍ରକୁ ବିକୃତ କରିଥିବା ଅଭିଯୋଗ କରିଛି ଧାମନଗର ମୁସଲିମ କମିଟି ।

{"id":157243}

ଚଳଚିତ୍ର ନିର୍ମାତାଙ୍କୁ ୱାକଫ ବୋର୍ଡରୁ ବାହାର କରିବା ସହ ଦେଶାନ୍ତର କରିବାକୁ ଦାବି ହୋଇଛି । ଚଳଚିତ୍ରକୁ ରିଲିଜ ନ କରିବା ସହ ନିର୍ମାତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଭଦ୍ରକ ଜିଲ୍ଲା ଧାମନଗର ମୁସଲମାନ କମିଟି ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ।

{"id":157244}

ଧାମନଗର ବ୍ଲକର ଖାନକ ସରିଫ ନିକଟରୁ ପ୍ରାୟ ୧୫ ହଜାରରୁ ଅଧିକ ମୁସଲିମ ଏକ ଶୋଭାଯାତ୍ରା ରେ ବାହାରି ଧାମନଗର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଫିଲ୍ମ ନିର୍ମାତାଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବା ପର୍ଯ୍ୟନ୍ତ ଏହି ବିରୋଧ ଜାରି ରହିବ ବୋଲି ଚେତାବନୀ ଦେଇଛି ଧାମନଗର ମୁସଲିମ କମିଟି ।

{"id":157245}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.