ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | July 16, 2021 IST

ସାଲେପୁର ୧୬।୭: କରୋନା ମହାମାରୀ ସମୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ସହ ନୂତନ ମିଟର ଲଗାଇ ଉପଭୋକ୍ତାଙ୍କୁ ଶୋଷଣ କରିବା ବିରୋଧରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ବିକ୍ଷୋଭ କରିବା ନେଇ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪୨ ମୌଜାର ବେଣ୍ଟକାର ବିଦ୍ୟୁତ ସବଷ୍ଟେସନ ସମ୍ମୁଖରେ ନେତା ଦିଲ୍ଲୀପ ମଲ୍ଲିକଙ୍କ ତତ୍ତ୍ବାବଧାନରେ ମଣ୍ଡଳ ସଭାପତି ପୀୟୂଷ ପରିଡାଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହି ବିକ୍ଷୋଭରେ କଟକ ଜିଲ୍ଲା ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ ସବିତା ଦାସ, ସଦର ବ୍ଲକର ବିଜେପି ସମର୍ଥିତ ପଞ୍ଚାୟତ ପ୍ରତିନିଧି ଓ ସଦର ବିଜେପିର ପଦାଧିକାରୀମାନେ ଯୋଗଦେଇ ଅଭିଭାଷଣ ଦେଇ କହିଥିଲେ ରାଜ୍ୟ ସରକାରଙ୍କର ଟାଟା କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ବନ୍ଦ କରିବା ସହିତ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.