ଡାକ୍ତରଙ୍କୁ ଛାଡିବାକୁ ଲୋକେ ନାରାଜ, ବଦଳି ନିର୍ଦ୍ଦେଶ ବାତିଲ ଦାବି ଜୋର୍ ଧରିଲା
16/01/2021 at 2:48 PM

ବଲାଙ୍ଗୀର, ୧୬/୦୧ : ଡାକ୍ତରଙ୍କ ବଦଳି ବାତିଲ ପ୍ରତିବାଦରେ ଗୁଡଭେଲା ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ସ୍ଥାନୀୟ ବାସିନ୍ଦା ଧାରଣା ଦେଇଛନ୍ତି । ଗୁଡଭେଲାର ସ୍ଥାନୀୟ ବାସିନ୍ଦା ଡାକ୍ତରଙ୍କ ବଦଳି ଆଦେଶକୁ ବାତିଲ କରି ପୁଣି ଥରେ ନିଯୁକ୍ତି ଦାବି କରିଛନ୍ତି ।
ସୂଚନାନୁସାରେ, ଗତ ୨ ଦିନ ତଳେ ସଇଁତଳା ବ୍ଲକ୍ ବୁଡ଼ାବାହାଲରେ ନୂତନ ଭାବରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିଛି । ଗୁଡଭେଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଡ଼ାକ୍ତର ଧରୁଆଙ୍କୁ ବୁଡ଼ାବାହାଲକୁ ଡେପୁଟେସନରେ ପଠାଯାଇଛି । ତେବେ ଗୁଡ଼ଭେଲା ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ଡ଼ାକ୍ତର ନିହାତି ଦରକାର । ତୁରଂତ ଡାକ୍ତରଙ୍କ ବଦଳି ଆଦେଶକୁ ବାତିଲ କରାନଗଲେ ଆଗକୁ ଆନ୍ଦୋଳନ ଜାରି ରହିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।
Related Posts
ଅଭାବନୀୟ : ଛାତ୍ରୀଙ୍କୁ ଘରେ ପୁରାଇ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
25 February 2021
ଟ୍ରାକ୍ଟର ମାଡିଯାଇ ଡ୍ରାଇଭରଙ୍କ ମୃତ୍ୟୁ
25 February 2021