Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ହସ୍ପିଟାଲ୍‌ରେ ମିଳୁନି ମୌଳିକ ସୁବିଧା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ବିରୋଧରେ ୧୧୫ତମ ଘଣ୍ଟଯାତ୍ରା କଲେ ବିଭିନ୍ନ ସଂଗଠନ

20/09/2021 at 4:39 PM

ବ୍ରହ୍ମପୁର, ୨୦/୦୯: ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରେ ଦିନକୁ ଦିନ ସ୍ୱାସ୍ଥ୍ୟସେବାରେ ଅବନତି ବୃଦ୍ଧି ପାଉଥିବାରୁ ସମଗ୍ର ଗଞ୍ଜାମ ଜିଲ୍ଲାରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି l ସ୍ୱାସ୍ଥ୍ୟ ସେବା ନାମରେ ଅନେକ ଯୋଜନା ରାଜ୍ୟ ସରକାର ଘୋଷଣା କରିଥିଲେ ସୁଦ୍ଧା ଏଠି ନିରାମୟ, ନିଦାନ ଭଳି କୌଣସି ଯୋଜନା ଲୋକଙ୍କ ପାଇଁ ଲାଭପ୍ରଦ ହେଉନାହିଁ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଦୃଢ଼ ଅଭିଯୋଗ କରିଛି। ଆଜି ୫ ଗୋଟି ପ୍ରମୁଖ ଦାବିନେଇ ସହରର ଅଗ୍ରଣୀ ଗଣ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ନେତୃତ୍ୱରେ ଋଷିକୂଲ୍ୟl ରୟତ ମହାସଭା, ଅବସରପ୍ରାପ୍ତ ଶିକ୍ଷକ ସଂଗଠନ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ଓ ଆପ ଭଳି ବିଭିନ୍ନ ଗଣ ସଂଗଠନ ଓ ରାଜନୈତିକ ଦଳ ଏମକେସିଜି ମେଡିକାଲ ମୁଖ୍ୟ ଛକଠାରେ ୧୧୫ ତମ ଘଣ୍ଟଯାତ୍ରା ଗଣବିକ୍ଷୋଭରେ ସାମିଲ ହୋଇଥିଲେ l

ସୂଚନାଯୋଗ୍ୟ ଯେ, ଅସହାୟ ରୋଗୀ ମାନଙ୍କୁ ଡ଼ାଇରିଆ ୱାର୍ଡ ବାରଣ୍ଡାରେ କୌଣସି ଚିକିତ୍ସା ଓ ଯତ୍ନ ନକରି ଅମାନବୀୟ ଅବସ୍ଥାରେ ପକାଇଦିଆଯାଇଛି l ସେମାନଙ୍କ ଶରୀରରେ ସଠିକ ଭାବେ ପୋଷାକ ନଥିବାବେଳେ ସେମାନଙ୍କୁ ବେଡ଼ସିଟ ମଧ୍ୟ ଦିଆଯାଉନାହିଁ l ଅଭିଯୋଗ ହେଲେ ଦିନେ ଦୁଇ ଦିନ ପାଇଁ ସେମାନଙ୍କ ପାଇଁ କିଛି ଆଖି ଦେଖାଣିଆ ଭାବେ ବ୍ୟବସ୍ଥା କରି ପୁଣି ସେହି ସଂକ୍ରମଣର ମରଣଯନ୍ତା ମଧ୍ୟକୁ ଠେଲି ଦିଆଯାଉଛି l ରୋଗୀଙ୍କ ଯତ୍ନ ନେବାପାଇଁ ଆଟେଣ୍ଡାଣ୍ଟ ନିଯୁକ୍ତି ଦିଆଯାଉନାହିଁ l ନ୍ୟୁ୍ରୋ ସର୍ଜରୀ, ଓପନ ହାର୍ଟ ସର୍ଜରୀ, ବର୍ଣ୍ଣ ୟୁନିଟ ଭଳି ବିଭାଗରେ କୌଣସି ଡାକ୍ତର ନ ଥାଇ ତାଲା ପଡ଼ିଥିବାବେଳେ ଅଧିକାଂଶ ବିଭାଗରେ ଡାକ୍ତର, ନର୍ସ, ଟେକନିସିଆନ ପଦବୀ ଖାଲି ପଡିଛି l

ଆବଶ୍ୟକ ଅନୁଯାୟୀ ନିରାମୟ  କେନ୍ଦ୍ରରେ ଔଷଧ ମିଳୁନାହିଁ କି ସମୟାନୁଯାୟୀ ପରୀକ୍ଷା ଆଦିର ରିପୋର୍ଟ ମିଳୁନାହିଁ । ଯାହାଫଳରେ ତତକ୍ଷଣାତ ଚିକିତ୍ସା ସେବା ଆରମ୍ଭ ହୋଇପାରୁନାହିଁ ଓ ରୋଗୀ ଅଧିକ ଜଟିଳ ଅବସ୍ଥାରେ ସାଧାରଣତଃ ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ କରିଛନ୍ତି l କର୍କଟ ବିଭାଗରେ ଜେନେରେଟର ବ୍ୟବସ୍ଥା ନାହିଁ l ସରକାରୀ ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀମାନେ ଘରୋଇ ଆମ୍ବୁଲାନ୍ସ ମାଲିକମାନଙ୍କ ସହ ସଲାସୁତରl କରି, କମିଶନ କାରବାର କରି ଅଧିକାଂଶ ସମୟରେ ରୋଗୀଙ୍କୁ ସରକାରୀ ଆମ୍ବୁଲାନ୍ସ ସୁବିଧା ଯୋଗାଇ ଦେଉନାହାନ୍ତି । ରାତିରେ ଆହୁରି ଅଧିକ ସାଙ୍ଘାତିକ ଅବସ୍ଥା ଦେଖିବାକୁ ମିଳୁଥିବା ଅଭିଯୋଗ ହୋଇଛି l

ଏହା ସହ ୨୪ଘଣ୍ଟା ରେଡ଼ିଓଲୋଜି ବିଭାଗ ଓ ଆଞ୍ଚଳିକ ନିଦାନ କେନ୍ଦ୍ର (RDC)କୁ କାର୍ଯ୍ୟକାରୀ କରିବା ପାଇଁ ଦାବିହୋଇଛି I ଆବାହକ ଅବନୀ ଗୟାଙ୍କ ସହ ଗଗନ ଚନ୍ଦ୍ର ମଲ୍ଲିକ, ମନୋଜ କୁମାର ତରାଇ, ସଲ୍ଲା କେଶବ ଲିଙ୍ଗମ, ଶ୍ୟାମ ସୁନ୍ଦର ଖାଡଙ୍ଗା ମିଶ୍ର, ଆଦିତ୍ୟ ରଥ, ପିକେ ନାୟକ, ଏସ. ସIମ୍ବଶିବା ରାଓ ପ୍ରମୁଖ ଘଣ୍ଟଯାତ୍ରାରେ ଅଂଶ ଗ୍ରହଣ କରି ସ୍ୱାସ୍ଥ୍ୟସେବା ପ୍ରତି ସରକାରଙ୍କ ଅବହେଳାକୁ ଦୃଢ଼ ନିନ୍ଦା କରିଥିଲେ l ବିକ୍ଷୋଭ ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମେଡିକାଲ ଅଧିକ୍ଷକ ଡ଼ା. ସନ୍ତୋଷ କୁମାର ମିଶ୍ରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।

   Related Posts