Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ମଦ ଭାଟିକୁ ତୀବ୍ର ବିରୋଧ ,ବନ୍ଦ ନହେଲେ ଆନ୍ଦୋଳନ ଚେତାବନୀ ଦେଲେ ସ୍ଥାନୀୟ ଲୋକେ

28/10/2021 at 9:30 PM

ବନ୍ଧୁଗାଁ ୨୮/୧୦ : କୋରାପୁଟ ଜିଲ୍ଲାର ଦୁର୍ଗମ, ଅବହେଳିତ ତଥା ମାଓ ଅଧୁସିତ ଅଞ୍ଚଳ ବନ୍ଧୁଗାଁ ବ୍ଲକରେ ଦିନ ଥିଲା ମଦ ବେପାରକୁ ନେଇ ଚାଷୀ ମୂଲିଆ ଆଦିବାସୀ ସଂଘ ମୁଣ୍ଡ ଟେକିଥିଲା । ଯାହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ରାଜ୍ୟ ସରକାରଙ୍କ ଆଖିରୁ ନିଦ ହଜି ଯାଇଥିଲା । କିନ୍ତୁ ଆଜି ସେହି ବ୍ଲକ ଶାନ୍ତ ପଡିଯାଇଥିବା ବେଳେ ପୁଣି ଥରେ ସ୍ଥାନୀୟ ଅଞ୍ଚଳରେ ଏକ ମଦ ଭାଟି ଖୋଲିବାକୁ ଯାଉଛି । ଯାହାକୁ ନେଇ ଗୁରୁବାର ବନ୍ଧୁଗାଁ ବ୍ଲକ କଂଗ୍ରେସ ତରଫରୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି । ୟ

ବ୍ଲକ୍ କଂଗ୍ରେସ ସଭାପତି ଡି.ଏଙ୍କେଟିଙ୍କ ନେତୃତ୍ଵରେ ବଡ ସରପେଲି ଠାରୁ ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ରାଲି ବାହାରିଥିଲା । ରାଲିରେ ଅଞ୍ଚଳର ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ଲୋକେ ଯୋଗ ଦେଇଥିବା ବେଳେ ତହସିଲଦାର୍ ଏବଂ ବିଡିଓଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା । ମଦ ଭାଟି ହେବା ଦ୍ଵାରା ସ୍ଥାନୀୟ ଅଞ୍ଚଳରେ ଗରିବ ଖଟିଖିଆଙ୍କ ପରିବାର ଖୁବ ଅସୁବିଧାର ସମ୍ମୁଖୀନ ହେବେ । ଅଞ୍ଚଳରେ ବିଭିନ୍ନ ସମସ୍ୟା ଏବଂ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧିପାଇବ । ଲୋକେ ତଳି ତଳାନ୍ତ ହୋଇଯିବେ ।

ଲୋକମାନେ ଦିନ ସାରା କାମ କରି ଯାହା ରୋଜଗାର କରିବେ ସବୁ ମଦ ଭାଟିରେ ଦେବେ । ବର୍ତମାନ ଏଠାକାର ଲୋକେ ଲେମନ ଗ୍ରାସ ଚାଷକୁ କରି ଭଲ ଦୁଇ ପଇସା ରେଜଭାର କରୁଛନ୍ତି । ତେଣୁ ମଦ ଭାଟି ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ନେତା । ନଚେତ ଆଗାମି ଦିନରେ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି କଂଗ୍ରେସ ନେତା ଏଙ୍କେଟି ଗଣମାଧ୍ୟମକୁ  ସୂଚନା ଦେଇ କହିଛନ୍ତି । କାପୋଲୋଡା ପଞ୍ଚାୟତ ସରପଞ୍ଚ କାଡ୍ରାକା ଗୁମ୍ଫା, ଆଲୋମଣ୍ଡା ପଞ୍ଚାୟତର କାନା ରାତନାଲୁ,ପେଦାଲଡା ଞ୍ଚାୟତର ହାରେକା ରତନାଲୁ ଓ ବନ୍ଧୁଗାଁ ବ୍ଲକର ବୁଦ୍ଧିଜୀବୀ ଓ ଆଇନଜୀବୀ ମାନେ ଉପସ୍ଥିତ ରହି ଏହି ବିରୋଧକୁ ସମର୍ଥନ ଜଣାଇଥିଲେ I ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବନ୍ଧୁଗାଁ ଥାନା ତରଫରୁ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା ।

   Related Posts