କରୋନା ପାଇଁ ଫାଙ୍କା ପଡ଼ିଛି ହଷ୍ଟେଲ୍‌, ହେଲେ ଫି' ଆଦାୟ କରୁଛନ୍ତି ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ, ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

Published By : Prameya-News7 Bureau | October 07, 2021 IST

ବ୍ରହ୍ମପୁର, ୦୭/୧୦: ହଷ୍ଟେଲ ଫି କମାଇବାକୁ ଦାବି ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଗତ ଶିକ୍ଷା ବର୍ଷ ଆଡ୍‌ମିଶନ ସମୟରେ ଛାତ୍ରଛାତ୍ରୀଙ୍କ ଠାରୁ ହଷ୍ଟେଲ୍ ଫିସ୍ ସହ ୭୮୫୦ ଟଙ୍କା ବିଶ୍ଵବିଦ୍ୟାଳୟ ଆଦାୟ କରିଥିଲେ । କିନ୍ତୁ ହଷ୍ଟେଲରେ ମାତ୍ର ଦୁଇ ମାସ ରହିଥିଲେ ଛାତ୍ରଛାତ୍ରୀ । ଚଳିତ ଶିକ୍ଷାବର୍ଷରେ ସମାନ ପରିମାଣର ଫିସ୍ ପୈଠ କରିବାକୁ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ନିଷ୍ପତ୍ତିକୁ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ବିରୋଧ କରି ପ୍ରଶାସନିକ କୋଠା ସମ୍ମୁଖରେ ଧାରଣା ଦେବା ସହ ଆନ୍ଦୋଳନ କରିଛନ୍ତି । ହଷ୍ଟେଲରେ ଦୁଇ ମାସ ରହି ବର୍ଷକର ଫିସ୍ ନେଇଛନ୍ତି । ଏବେ ହଷ୍ଟେଲ୍ ଫିସ୍ ଫେରାନ୍ତୁ ନଚେତ୍ ପୁନଃ ରିଏଡିମିସନରେ ସେହି ଟଙ୍କାକୁ ବିନିଯୋଗ କରାନ୍ତୁ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.