Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ବେଦାନ୍ତର ଏକ ନମ୍ବର ଫାଟକ ନିକଟରେ ଉତ୍ତେଜନା, ଅସନ୍ତୋଷରେ ରହୁଛନ୍ତି ସ୍ଥାନୀୟ ବାସିନ୍ଦା

8/04/2021 at 7:33 PM

ଝାରସୁଗୁଡ଼ା, ୦୮/୦୪: ଝାରସୁଗୁଡ଼ା କାତିକେଲାସ୍ଥିତ ବେଦାନ୍ତ ଆଶ୍‌ପଣ୍ଡ ଭୁଶୁଡିବା ଘଟଣାକୁ ଇତି ମଧ୍ୟରେ ୪ ବର୍ଷ ପୁରିଛି । ଘଟଣା ପରଠାରୁ ଭୟ, ଆଶା, ଆଶଙ୍କା ଓ ପ୍ରତିଶ୍ରୁତିରେ ଗାଁ ଲୋକ ଚାରି ବର୍ଷ ବିତାଇ ସାରିଲେଣି। କିନ୍ତୁ ଲୋକଙ୍କ ଆଶା ପୂରଣ ହୋଇନାହିଁ । କମ୍ପାନୀ ଓ ପ୍ରଶାସନିକ ପ୍ରତିଶ୍ରୁତି ପାଳନ କ୍ଷେତ୍ରରେ ଆଶାତୀତ ସଫଳତା ମିଳିପାରିନାହିଁ ।

୪ ବର୍ଷ ପୂର୍ବରୁ କାତିକେଲା ଯେପରି ଥିଲା ଆଜି ବି ସେହିପରି ଅଛି । କେବଳ ତରଳ ପାଉଁଶ ମାଡିଯାଇଥିବା କେତେକ ସ୍ଥାନରେ ସବୁଜ ଘାସ ଉଠିଛି । ସମ୍ପୂର୍ଣ୍ଣ ବିସ୍ଥାପନ ଆଶାରେ ରହିଥିବା କାତିକେଲା ଲୋକ ସରକାରୀ ଅନୁମୋଦନକୁ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷରେ ଲୋକଙ୍କୁ ବୋକା ବନାଇବା ପାଇଁ ବିସ୍ଥାପନ ଏକ ବାହାନା ବୋଲି ମଧ୍ୟ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ଦୀର୍ଘ ୪ ବର୍ଷ ଧରି ଆନ୍ଦୋଳନ କରିବା ସତ୍ତ୍ୱେ ଦାବୀ ପୂରଣ ହେଉନି। ଫଳରେ ପୁନର୍ବାର ଝାରସୁଗୁଡା ଜିଲ୍ଲା ଭୁର୍କାମୁଣ୍ଡାରେ ଥିବା ବେଦାନ୍ତ ଆଲୁମିନିୟମ କାରଖାନାର ମୁଖ୍ୟ ଫାଟକରେ କାତିକେଲା ଗ୍ରାମବାସୀମାନେ ବିସ୍ଥାପନ ସମସ୍ୟା ନେଇ ଆଜି ସକାଳ ଠାରୁ ଧାରଣାରେ ବସିଛନ୍ତି । ଗତ ୨୦୧୭ ଅଗଷ୍ଟ ୨୮ ତାରଖ ରାତିରେ କାତିକେଲା ଗ୍ରାମର ନିକଟରେ ଥିବା ଆସପଣ୍ଡ ଭାଙ୍ଗି ଯାଇଥିଲା । ଏହା ଦ୍ୱାରା ସେହି ଦିନ ଠାରୁ ଗ୍ରାମବାସୀମାନେ ସମସ୍ତଙ୍କୁ ବିସ୍ଥାପନ କରିବା ସହ ଉଚିତ ପ୍ରାପ୍ୟ ଓ ସ୍ଥାୟୀ ଚାକିରୀ ଦାବି କରିଆସୁଛନ୍ତି । ମାତ୍ର ବହୁଦିନ ହେଲାଣି ଏହି ସମସ୍ୟା ରହିଥିଲେ ମଧ୍ୟ କୌଣସି ସଠିକ ସମାଧାନ ହେଉନଥିବା ବେଳେ ବେଦାନ୍ତ କର୍ତ୍ତୃପକ୍ଷ କିମ୍ବା ଜିଲ୍ଳା ପ୍ରଶାସନ ଆଗଭର ହେଉନଥିବା ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି ।

ଗୁରୁବାର ସକାଳୁ କାତିକେଲା ଗ୍ରାମବାସୀ ବେଦାନ୍ତର ଏକ ନମ୍ବର ଫାଟକ ନିକଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆନ୍ଦୋଳନରେ ବସି ରହିବାରୁ ଉତ୍ତେଜନା ଲାଗି ରହିଥିଲ । ପ୍ରଶାସନ ପ୍ରତିଶ୍ରୁତି ସତ୍ତ୍ୱେ କାତିକେଲା ଗ୍ରାମର ୩୨୨ ପରିବାରଙ୍କୁ ବିସ୍ଥାପିତ କରାଯାଉ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆସନ୍ତା ୨୦ ତାରିଖ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ବେଳେ ସରକାରୀ ନିୟମ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ବେଦାନ୍ତ ପ୍ରସ୍ତୁତ ଥିବା କହିଛି ।

   Related Posts