Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

କେନ୍ଦ୍ରମନ୍ତ୍ରୀଙ୍କ ନାଁ ନଥିବାରୁ ଫଳକ ଭାଙ୍ଗିବା ଘଟଣା, ବିଜେପି ନେତାଙ୍କ ଗିରଫ ପରେ ଅନ୍ୟଙ୍କୁ ଗିରଫ ଦାବିରେ ପ୍ରତିବାଦ

8/04/2021 at 9:51 PM

ନୀଳଗିରି, ୮/୪ : ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ନୂତନ କେବିନ ଗୃହ ଉଦଘାଟନରେ କେନ୍ଦ୍ରମନ୍ତ୍ରୀଙ୍କ ନାଁ ନଥିବା ନେଇ ଫଳକ ଭଙ୍ଗାରୁଜା ହୋଇଥିଲା । ଏଥିସହ ଏସଡିଏମଓଙ୍କୁ ଘେରାଉ କରି ପ୍ରତିବାଦ କରାଯାଇଥିଲା ।

ଏସଡ଼ିଏମଓଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ନେଇ ଗତକାଲି ନୀଳଗିରି ଥାନାରେ ଅଭିଯୋଗ ପରେ ବିଜେପି କର୍ମୀ ଶୁଭ୍ରାଂଶୁ ଶେଖର ନନ୍ଦ ଗିରଫ ହୋଇଥିଲେ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ସେପଟେ ଏସଡିଏମଓଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଯୁବକମାନଙ୍କ ଫୁଟେଜ ଆଧାରରେ ତଦନ୍ତ କରି ଗିରଫ ଦାବି କରି କଳାବ୍ୟାଚ ପିନ୍ଧି ପ୍ରତିବାଦ କରାଯାଇଛି ।

ସୂଚନାଯୋଗ୍ୟ ଗତକାଲି ନୀଳଗିରି ଟ୍ରକ ଆସୋସିଏସନ ତରଫରୁ ଚାରୋଟି ନୂତନ କ୍ୟାବିନ ଗୃହ ନିର୍ମାଣ କରି ଏହାକୁ ଉଦଘାଟନ କରିବା ନେଇ ଫଳକରେ ଉଦଘାଟକ ଭାବେ ବିଜେପି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ନାଁ ଥିବା ବେଳେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀଙ୍କ ନାମ ନଲେଖିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥକ ଏସଡିଏମଓଙ୍କୁ ଘେରିଥିଲେ । ପୋଲିସ ଉପସ୍ଥିତିରେ କିଛି କର୍ମୀ ଏସଡିଏମଓଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ମଧ୍ୟ ଅଭିଯୋଗ ଉଠିଥିଲା । ଘଟଣାର ସମାଧନ ନହେଉଣୁ ଏସଡିଏମଓଙ୍କ ବିନା ଉପସ୍ଥିତିରେ ତରବରିଆ ଭାବେ ବିଜେପି ବିଧାୟକ ଆସି ଉଦଘାଟନ କରିଥିଲେ ।

ଏହାପରେ ଆରମ୍ଭ ହୋଇଥିଲା ତୁମ୍ବିତୋଫାନ। କେନ୍ଦ୍ରମନ୍ତ୍ରୀଙ୍କୁ ଅସମ୍ମାନ କରିବା ସହ ହୀନ ରାଜନୀତି କରି ଏଭଳି ଉଦଘାଟନ କରାଯାଉଥିବା ଅଭିଯୋଗ ଉଠାଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଅଳ୍ପ କେଇ ଦୂରରେ ଥାନା ଥିବା ବେଳେ ମଧ୍ୟ ପୋଲିସ ଘଟଣାର ହସ୍ତକ୍ଷେପ ନକରିବା ହେତୁ ଏଭଳି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି ।

ସେପଟେ ଏସଡିଏମଓଙ୍କ ଅଭିଯୋଗ ପାଇବା ମାତ୍ରେ ପୋଲିସ ୩୪୧, ୨୯୪, ୩୫୩, ୪୨୭, ୫୦୬, ୩୪ ଆଇପିସି ଓ ସେକ୍ସନ-୩, ପିଡିପିପି ଆକ୍ଟରେ ଶୁଭ୍ରାଂଶୁଙ୍କୁ ଗିରଫ କରି ପୋଲିସ କିଛି ଅଞ୍ଚଳବାସୀଙ୍କ ହୃଦୟ ଜିତିପାରିଛି ସତ ବିଗତ କିଛି ମାମଲାକୁ ନେଇ ମଧ୍ୟ ତାଙ୍କ ଉପରକୁ ଆଙ୍ଗୁଳି ଉଠିଛି ।

   Related Posts