ଆରଆଇଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ କଲମଛାଡ ଆନ୍ଦୋଳନ, ସାମିଲ୍‌ ହେଲେ ତହସିଲ୍‌ କର୍ମଚାରୀ

Published By : Prameya-News7 Bureau | September 28, 2021 IST

ଭଦ୍ରକ, ୨୮/୦୯: ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲ ଅଧିନ ଦୋଳସାହି ଆରଆଇ ଇତିଶ୍ରୀ ଖଟୁଆଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପ୍ରତିବାଦରେ କଲମ ଛାଡ ଆନ୍ଦୋଳନ । ତହସିଲ କାର୍ଯ୍ୟାଳୟର ସୁପରଭାଇଜର, ଆରଆଇଙ୍କ ସମେତ ସମସ୍ତ କର୍ମଚାରୀ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଗତ ୧୬ ତାରିଖରେ ଗଣ୍ଡପଡା, ଗଣେଶ୍ୱରପୁରରେ ସରକାରୀ କାର୍ଯ୍ୟରେ ଥିବାବେଳେ ତାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଆକ୍ରମଣ କରାଯାଇଥିବା ନେଇ ଆରଆଇ ଅଭିଯୋଗ କରିଥିଲେ । ଏନେଇ ତିହିଡି ଥାନାରେ ମାମଲା ରୁଜୁ କରାଯାଇଛି । ମାତ୍ର ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

ତିହିଡି ତହସିଲର ସମସ୍ତ କର୍ମଚାରୀ ଏକ ବୈଠକରେ ଆରଆଇଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଆଲୋଚନା କରିଥିଲା। ଏଥିରେ ସର୍ବ ସମ୍ମତି କ୍ରମେ ଆକ୍ରମଣର ନିନ୍ଦା ପ୍ରସ୍ତାବିତ ହୋଇଥିଲା ଏବଂ ରାଜସ୍ବ ନିରୀକ୍ଷକଙ୍କ ଏତଲା ମୂଳେ କୌଣସି ସେଭଳି କାର୍ଯ୍ୟାନୁଷ୍ଠାନ ପୋଲିସ ପକ୍ଷରୁ ଗ୍ରହଣ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରଯାଇଥିଲା । ଏ ବାବଦରେ ପୋଲିସ ପକ୍ଷରୁ କାର୍ଯ୍ୟ ପନ୍ଥା ଗ୍ରହଣ ନିମନ୍ତେ ଅନୁରୋଧ କରାଯାଇଥିଲା ।

ମାତ୍ର ଏ ପର୍ଯ୍ୟନ୍ତ ପୋଲିସ ତରଫରୁ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ତହସିଲଦାରଙ୍କୁ ଅବଗତ କରାଯାଇଥିଲା । ପୋଲିସ ତରଫରୁ ଉଚିତ କାର୍ଯାନୁଷ୍ଠାନ ତଥା ଆକ୍ରମଣକାରୀଙ୍କୁ ଗିରଫ କରାନଗଲେ ଏହି କଲମ ଛାଡ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ ସଂଘର କର୍ମକର୍ତ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.