ପ୍ରିୟଙ୍କା ଗାନ୍ଧିଙ୍କ ଗିରଫକୁ ନେଇ ଯାଜପୁର କଂଗ୍ରେସର ପ୍ରତିବାଦ

Published By : Prameya-News7 Bureau | October 05, 2021 IST

ଯାଜପୁର, ୦୫/୧୦:  ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ଗିରଫ ଦାବୀ ପ୍ରତିବାଦରେ ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଗାନ୍ଧିଛକ ଠାରେ ବିକ୍ଷୋଭ କରାଯାଇଛି । ଆନ୍ଦୋଳନ କରୁଥିବା ୮ ଜଣ କୃଷକ ଗାଡି ଧକ୍କାରେ ମୃତ୍ୟୁ ବରଣ କରିବା ପଛରେ ଜଣେ ରାଜନେତାଙ୍କ ପୁତ୍ରଙ୍କ ସମ୍ପୃକ୍ତି ଥିଲେବି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରା ଯାଇ ସେହି ସ୍ଥାନକୁ ଯାଉଥିବା ପ୍ରିୟଙ୍କାଙ୍କୁ ଗିରଫ କରିବା ଅସାମ୍ବିଧାନିକ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସର୍ବ ଭାରତୀୟ କଂଗ୍ରେସ ଡାକରାରେ ବିକ୍ଷୋଭ ଓ କୁଶପୁତଳିକା ଦାହ କରାଯାଉଥିବା ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.