ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ: ନିର୍ବାଚିତ ସଦସ୍ୟଙ୍କୁ ଶପଥପାଠ କରାଇଲେ ପ୍ରୋଟେମ ସ୍ପିକର, 'ବିକାଶ ଅଗାଢି'ର ଛିଡିଲା ଭାଗବଣ୍ଟା

Published By : Prameya-News7 Bureau | November 27, 2019 IST

ମୁମ୍ବାଇ ୨୭।୧୧:  କାଳିଦାସ କୋଲମ୍ବକରଙ୍କୁ ରାଜ୍ୟପାଳ ଭଗତ ସିଂହ କେଶ୍ୟୋରୀ ପ୍ରୋଟେମ ସ୍ପିକର ଭାବେ ଶପଥପାଠ କରାଇବା ପରେ ବୁଧବାର ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ପ୍ରୋଟେମ ସ୍ପିକର ନିର୍ବାଚିତ ସଦସ୍ୟଙ୍କୁ ଶପଥପାଠ କରାଇଛନ୍ତି। ସେପଟେ ମହାରାଷ୍ଟ୍ର 'ବିକାଶ ଅଗାଢି'ର ଭାଗବଣ୍ଟା ଶେଷ ହୋଇଥିବା ନେଇ ଏନସିପି ନେତା ପ୍ରଫୁଲ୍ଲ ପଟେଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପଟେଲଙ୍କ ସୂଚନା ଅନୁସାରେ ଶିବସେନା ନେତୃତ୍ୱରେ ଗଠିତ 'ବିକାଶ ଅଗାଢି'ର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଉଦ୍ଧବ ଠାକରେ ଶପଥପାଠ କରିବେ। ତାଙ୍କ ସହ ଏନସିପିର ଉପମୁଖ୍ୟମନ୍ତ୍ରୀ ହେବେ ।

{"id":190810,"sizeSlug":"large"}

ସେହିପରି କଂଗ୍ରେସର ବାଚସ୍ପତି ହେବେ ବୋଲି ପଟେଲ କହିଥିବା ବେଳେ ଏନସିପିର ଉପବାଚସ୍ପତି ହେବେ ବୋଲି କହିଛନ୍ତି। ସେପଟେ ଗୁରୁବାର ବିକାଶ ଅଗାଢିର ଶପଥପାଠ ନିମନ୍ତେ ଆଦିତ୍ୟ ଠାକରେ ବୁଧବାର ନୂଆ ଦିଲ୍ଲୀରେ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନା ଅବସରରେ ଶପଥ ପାଠ ଉତ୍ସବରେ ଯୋଗଦେବା ଲାଗି ଆଦିତ୍ୟ ସୋନିଆଙ୍କୁ ଆମନ୍ତ୍ରଣ କରିଛନ୍ତି।

{"id":190811,"sizeSlug":"large"}

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ମନମୋହନ ସିଂଙ୍କୁ ମଧ୍ୟ ଆଦିତ୍ୟ ଉତ୍ସବରେ ଯୋଗଦେବା ନିମନ୍ତେ ଆମନ୍ତ୍ରଣ କରିଛନ୍ତି। ଏହା ଛଡା ଆଦିତ୍ୟ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ଉତ୍ସବକୁ ଆମନ୍ତ୍ରିତ ହୋଇଥିବା ଜଣାପଡିଛି।  

{"align":"center","id":190812,"sizeSlug":"large"}

ସେପଟେ ବିଜେପିକୁ ସମର୍ଥନ ଦେଇ ନିରାଶ ହୋଇଥିବା ଅଜିତ ପାୱାରଙ୍କ ବାରମତୀ ବିଧାନସଭା ନିର୍ବାଚନମଣ୍ଡଳିରେ ଲାଗିଥିବା ପୋଷ୍ଟର ବୁଧବାର ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ଅଜିତଙ୍କୁ ମହାରାଷ୍ଟ୍ରର ଭାବି ମୁଖ୍ୟମନ୍ତ୍ରୀ ବୋଲି ପ୍ରଦର୍ଶିତ କରାଯାଇଥିବା ବେଳେ 'ଆମକୁ ନିଷ୍ପତ୍ତି ନେବାକୁ ଦିଅ ତୁମେ କଣ କରିବ ଓ ନକରିବ, ମହାରାଷ୍ଟ୍ର ତୁମକୁ ଭାବି ମୁଖ୍ୟମନ୍ତ୍ରୀ ଭାବେ ଦେଖୁଛି ' ବୋଲି ଉଲ୍ଲେଖ ଥିବା ଦେଖାଯାଇଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.