ସେକ୍ସ ରାକେଟର ହେଲା ପର୍ଦ୍ଦାଫାଶ : ହୋଟେଲରେ ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର ହେଲେ ୭ଯୁବତୀ ଏବଂ ୩ଯୁବକ

Published By : Prameya-News7 Bureau | July 09, 2019 IST

ରୁଡ଼କି ୯/୭: ହରିଦ୍ବାର ରୋଡ଼ ସ୍ଥିତ ଏକ ହୋଟେଲରେ ପୋଲିସ ଘେରାଉ କରି ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି। ଘଟଣାସ୍ଥଳରେ ପୋଲିସ୍ ହୋଟେଲ ମ୍ୟାନେଜର ସମେତ ୭ଜଣ ଯୁବତୀ ଏବଂ ୩ଜଣ ଯୁବକଙ୍କୁ ଗିରଫ କରିଛି କିନ୍ତୁ ଆଉ ୩ଜଣ ଯୁବକ ଫେରାର ହୋଇଯାଇଥିଲେ। ପୋଲିସ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ସମୟରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମଧ୍ୟ ସେଠାରେ ପହଞ୍ଚିଯାଇଥିଲେ ଏବଂ ଏଠାରେ ଅନେକ ଦିନରୁ ସେକ୍ସ ରାକେଟ ଚାଲୁଥିବା କଥା ପୋଲିସକୁ କହିଥିଲେ।

କିଛି ଦିନ ପୂର୍ବରୁ ବଜରଙ୍ଗ ଦଳର ଜିଲ୍ଲା ମନ୍ତ୍ରୀ ପୋଲିସକୁ ସୂଚନା ଦେଇଥିଲେ ଯେ ସିଭିଲ ଲାଇନ କୋତଓ୍ବାଲି ଅଞ୍ଚଳରେ ଦିଲ୍ଲୀ-ହରିଦ୍ବାର ହାଇଓ୍ବେ ସ୍ଥିତ ଏକ ହୋଟେଲରେ ବଡ଼ ଧରଣର ସେକ୍ସ ରାକେଟ ଚାଲିଛି।

ଗତକାଲି ପୁଣି ଥରେ ପୋଲିସକୁ ସୂଚନା ମିଳିଥିଲା ଯେ ହୋଟେଲରେ ଅନେକ ଯୁବକ ଏବଂ ଯୁବତୀ ଆପତ୍ତିଜନକ ଅବସ୍ଥାରେ ମିଳିଛନ୍ତି। ଏହାପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା।

ପୋଲିସକୁ ଦେଖି ସମସ୍ତେ ହରଡ଼ଘଣାରେ ପଡ଼ିଥିଲେ। ପୋଲିସ ଘଟଣାସ୍ଥଳରୁ ୭ଜଣ ଯୁବତୀ,ହୋଟେଲ ମ୍ୟାନେଜର ଏବଂ ୩ଜଣ ଯୁବକଙ୍କୁ ଗିରଫ କରିଥିଲା। କିନ୍ତୁ ୩ଯୁବକ ଫେରାର ହୋଇଯାଇଥିଲେ। ଏଠାରେ ଥିବା ଯୁବତୀ ସାହାରଣପୁର,କାଲିୟର,ରୁଡ଼କି ଅଞ୍ଚଳର ବୋଲି ଜଣାପଡ଼ିଛି। କିନ୍ତୁ ଯୁବକମାନେ ଆଖପାଖ ଅଞ୍ଚଳର ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.