ନିକଟରେ ନିର୍ମାଣ ହେବାକୁ ଯାଉଛି ରାମମନ୍ଦିର..ଜାଣନ୍ତୁ କେବେ ଆରମ୍ଭ ହେଉଛି ଏହାର ନିର୍ମାଣ କାର୍ଯ୍ୟ

Published By : Prameya-News7 Bureau | January 30, 2019 IST

ସମସ୍ତଙ୍କର ରାଶି, ଗ୍ରହ, ନକ୍ଷତ୍ର ଅନୁସାରେ ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ଆମକୁ ଏତିକି ମାନିବାକୁ ପଡ଼ିବ ଜ୍ୟୋତିଷ ଶାସ୍ତ୍ରପଛରେ ଅଛି ବି କିଛି ବୈଜ୍ଞାନିକ କାରଣ । ଜ୍ୟୋତିଷଶାସ୍ତ୍ରର ଗଣନା ଅନୁସାରେ ମଣିଷ ମଧ୍ୟ ନିଜର ଭଲ-ମନ୍ଦ,ଶୁଭ-ଅଶୁଭ,ଲାଭ-କ୍ଷତିକୁ ବିଚାରକୁ ନେଇଥାଏ । ଜ୍ୟୋତିଷଶାସ୍ତ୍ରକୁ ପ୍ରାୟ ସମସ୍ତେ ବିଶ୍ଵାସ କରିଥାନ୍ତି ।

{"id":79958}

ଶନି ଯଦି ଉଚ୍ଚରେ ଥାଏ, ତାହେଲେ ଜମି କିଣିବା, ଘର ତିଆରି କରିବା କିମ୍ବା ଆଉ କୌଣସି ନିର୍ମାଣ କାର୍ଯ୍ୟ ସହଜରେ ହୋଇଥାଏ ।

ରାମଙ୍କ କୁଣ୍ଡଳୀ ଅନୁସାରେ ଆସନ୍ତୁ ଜାଣିବା ରାମମନ୍ଦିର ତିଆରି ହେବାର ତାରିଖ ।

ରାମଙ୍କର ଉଚ୍ଚରେ ଶନିଥିବା କାରଣରୁ ଏହି ନିର୍ମାଣ କାମ ଖୁବ୍ ଶ୍ରୀଘ୍ର ଆରମ୍ଭ ହେବାକୁ ଯାଉଛି । ଲଗ୍ନ ଭାବରେ ଉଭୟ ଗୁରୁ ଓ ଚନ୍ଦ୍ର ଥିବାରୁ ଏହି କାମ ହେବାକୁ ଆହୁରି ସହଜ ହେବ ବୋଲି ଜ୍ୟୋତିଷ ମତପ୍ରକାଶ କରିଛନ୍ତି ।

ରାମଙ୍କ ଚତୁର୍ଥଭାବରେ ଶନିଥିବାରୁ ସୂର୍ଯ୍ୟଙ୍କର ଶୁଭଦୃଷ୍ଟି ରାମଙ୍କ ପ୍ରତି ରହିଛି । ଏହି କାରଣରୁ ନ୍ୟାୟଳୟରେ ଥିବା ମାମଲା ତ୍ଵରାନ୍ଵିତ ହେବାର ସମ୍ଭାବନା ଦେଖାଦେଇଛି ।

ଶନିରାଶିର ଚତୁର୍ଥଭାବ ଏହା କହେ, ଗୋଚର ଜମିରେ ଅଟକିଥିବା ନିର୍ମାଣକାମ ତୁରନ୍ତ ହେବାର ସମ୍ଭାବନା ଥାଏ ।

ଏହି କାରଣରୁ ରାମଙ୍କର କୁଣ୍ଡଳୀ ସୂଚନା ଦେଉଛି ବହୁତ ଜଲଦି ହୋଇପାରେ ରାମଙ୍କ ମନ୍ଦିର ନିର୍ମାଣ । ଏମିତିକି ବାଦବିବାଦ, କୋର୍ଟ କଚେରୀ-ମାମଲା ମଧ୍ୟ ସମାଧାନ ହେବାର ବାଟ ଫିଟିଯାଇପାରେ ।

ଜ୍ୟୋତିଷଙ୍କ ଗଣନା ଅନୁସାରେ ୨୦୨୦ ମସିହା ଜାନୁଆରୀରେ ମାସରେ ନିର୍ମାଣ ହେବ ରାମଙ୍କର ମନ୍ଦିର । ଶନି ସହ ରାହୁଙ୍କର ଚଳନ ପାଇଁ ଅବଶ୍ୟ ରାଜନୀତି ହେବାର ସମ୍ଭାବନା ଥିଲେ ବି ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇପାରେ ବୋଲି ଆଚାର୍ଯ୍ୟ ରାଜେଶ ଜୀ ଗଣନା କରି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.