Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଚାଷୀ ଆତ୍ମହତ୍ୟା ନେଇ ସରଗରମ ଆଲୋଚନା, ମନ୍ତ୍ରୀଙ୍କ ବିବୃତ୍ତି ଉପରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ

7/09/2021 at 1:13 PM

ବଲାଙ୍ଗୀର ୦୭/୦୯: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଉପରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକ ଚାଷୀ ଆତ୍ମହତ୍ୟା ଘଟଣା । ମରୁଡି ଜନିତ ଫସଲ ହାନି ଋଋଣଭାର ଯୋଗୁ ହୋଇଛି ।

କଂଗ୍ରେସ ଏକ ପ୍ରତିନିଧି ଦଳ ସେଠାରେ ପହଂଚି ରିପୋର୍ଟ ସଂଗ୍ରହ କରିଥିଲେ । କିନ୍ତୁ ଫିଲଡ଼କୁ ନଯାଇ ମନ୍ତ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସବୁଠି ବଳିଷ୍ଠ ପ୍ରମାଣ ହେଉଛି ତାଙ୍କ ସ୍ତ୍ରୀ । କିନ୍ତ ତାଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇନାହିଁ । ଗୃହରର ବିବୃତ୍ତି ବେଳେ ମନ୍ତ୍ରୀ ଗୃହକୁ ବିଭ୍ରାନ୍ତି କରିଛନ୍ତି । ପାଟଣା ଗଡ଼ରେ ଦ୍ଵିତୀୟ ଚାଷୀ ଆତ୍ମହତ୍ୟା କରିଥିବାବେଳେ ଗତକାଲି କେନ୍ଦ୍ରଡାରେ ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସାମ୍ନାକୁ ଆସିଛି ।

ମରୁଡି ଯୋଗୁ ଜଳ ପରେ ଜଣେ ଚାଷୀ ଆତ୍ମହତ୍ୟା କରୁଥିବାବେଳେ ଗୃହ କମିଟି ଗଠନ କରି କେଉଁ କାରଣରୁ ଚାଷୀ ମାନେ ଆତ୍ମହତ୍ୟା କରୁଛନ୍ତି ସେ ବିଷୟରେ ତଦନ୍ତ କରାଯିବାକୁ ଦାବି କଲେ କଂଗ୍ରେସ ବିଧାୟକ ଦଳ ନରସିଂହ।

   Related Posts