ଫାର୍ମ ହାଉସ୍‌ରେ ଲାଗିଲା ନିଆଁ, ୨୦ଲକ୍ଷ ଟଙ୍କାର ସମ୍ପତି ପୋଡି ନଷ୍ଟ

Published By : Prameya-News7 Bureau | January 21, 2020 IST

ନୀଳଗିରି ୨୧।୧: ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧିନ ଔପଦା ବ୍ଲକ୍ କାଣ୍ଡ ଗରଡ଼ିହି ପଂଚାୟତ ସିକିଡ଼ିଆ ଗ୍ରାମରେ ବିଶ୍ବଶ୍ବର ମହାଦେବ ମନ୍ଦିର ନିକଟ ଏକ ଫାର୍ମ ହାଉସରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୦୦ରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । କେହି ଦୁର୍ବୃର୍ତ୍ତ ରାଗ ରଖି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି ।

{"id":214066,"sizeSlug":"large"}

ଗତକାଲି ରାତ୍ର ପ୍ରାୟ ୨ଟା ସମୟରେ ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡ ଫଳରେ ୨୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି । ଫାର୍ମ ହାଉସ ମାଲିକ ବେଣୁଧର ଗେଡି ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.