Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଦଶ ବର୍ଷ ତଳେ ଥିଲା ୧୦ ଲକ୍ଷ, ବ୍ଲକ୍‌ ଅଧ୍ୟକ୍ଷ ହେବା ପରେ ଏବେ ୫୦ କୋଟି, ଆସିଲା କେଉଁଠୁ ?

5/07/2021 at 9:01 PM

ଭଞ୍ଜନଗର, ୦୫/୦୭: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଲାଗିରହିଛି l ଦିନେ ବିଜେପି ସାମ୍ବାଦିକ ସମ୍ମିଳନୀ ଡକାଇଲେ ଆଉଦିନେ ବିଜେଡି ସାମ୍ବାଦିକ ସମ୍ମିଳନୀ ଡକାଉଛି l ଦୁର୍ନୀତି ବିରୋଧରେ ସାମ୍ବାଦିକ ସମ୍ମିଳନୀ ଡ଼ାକିଥିବା ଗୋକୁଳା ନନ୍ଦ ମଳିକ ଯିଏ କି ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ବୁଗୁଡ଼ା ବ୍ଲକର ଅଧକ୍ଷ ରୂପେ କାର୍ଯ୍ୟ କରିଛନ୍ତି ।

ତାଙ୍କର ଦଶବର୍ଷ ତଳେ କେତେ ସମ୍ପତି ଥିଲା ବର୍ତ୍ତମାନ କେଉଁ ଉପାୟରେ ବୁଗୁଡ଼ା ପୋଲସରା ଅଂଚଳରେ ପ୍ରାୟ ପଚାଶ ଏକର ଜମି, ବୁଗୁଡ଼ାରେ ତିନି ଗୋଟି ଘର, ପୋଲସରାରେ ଦୁଇ ଗୋଟି ଘର, ଭୁବନେଶ୍ୱରରେ ତିନି ଗୋଟି ଘର, ନଳକୂପ ଖନନ ଗାଡି ଦଶ ଗୋଟି, ନିଜର ବ୍ୟବହାର ପାଇଁ ନାମିଦାମୀ ଗାଡି ଚାରୀ ଗୋଟି ଏହିପରି ପଚାଶ କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିଛନ୍ତି l ଦୁର୍ନୀତି ବିରୋଧରେ ଲଢ଼ୁଥିବା ବ୍ୟକ୍ତି ଗୋକୁଳା ନନ୍ଦ ମଳିକ ଦଶ ବର୍ଷ ତଳେ ଦଶ ଲକ୍ଷ ଟଙ୍କାର ମାଲିକ ଥାଇ ଦଶ ବର୍ଷ ପରେ ପଚାଶ କୋଟି ଟଙ୍କାର ସମ୍ପତି କେଉଁ ଦୁର୍ନୀତି କରି ଅର୍ଜନ କରିଛନ୍ତି ।

ଗୋକୁଳା ନନ୍ଦ ମଳିକ ବୁଗୁଡ଼ା ବ୍ଲକର ଜନସାଧାରଣ ଦ୍ୱାରା ଦୁଇ ଦୁଇ ଥର ବିଧାୟକ ପଦବୀ ପାଇଁ ଲଢ଼ି ପରାଜିତ ହୋଇ ପ୍ରତ୍ୟାଖ୍ୟାନ ହୋଇଥିଲେ । ନିର୍ବାଚନ ସରିବାର ଦୁଇ ବର୍ଷ ପରେ ପ୍ରତିଶୋଧ ପରାୟଣ ହୋଇ ବୁଗୁଡ଼ା ବ୍ଲକର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରତିବନ୍ଧକ ସାଜି ଅଞ୍ଚଳର ବିକାଶରେ ବାଧା ସୃଷ୍ଟି କରୁଛନ୍ତି ଏବଂ ଅଂଚଳରେ କିଛି ବ୍ୟକ୍ତି ତାଙ୍କୁ ସହଯୋଗ କରି ବେସରକାରୀ କାଯ୍ୟ କରି ନିର୍ବାଚିତ ଜନପ୍ରତିନିଧିଙ୍କୁ ଡରାଇ ଚାନ୍ଦା ମାଗୁଥିବା ଅଭିଯୋଗ ହୋଇଛି । ସମସ୍ତ ବେନାମୀ କାର୍ଯକଳାପ ପାଇଁ ଭିଜିଲାନ୍ସ ତଦନ୍ତ ଦାବିକରିଛନ୍ତି l

   Related Posts