ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ କଣ ସମ୍ପତ୍ତି ରହିଛି ଜାଣନ୍ତୁ

Published By : Prameya-News7 Bureau | March 20, 2019 IST

ଭୁବନେଶ୍ବର୨୦|୩: ନବୀନଙ୍କ ଦିଲ୍ଲୀଠାରେ ଥିବା ଘରର ମାଲିକାନା ସତ୍ତ୍ବର ମୂଲ୍ୟ ୪୩କୋଟି ୩୬ଲକ୍ଷ ଟଙ୍କା । ଭୁବନେଶ୍ବର ନବୀନ ନିବାସର ମୂଲ୍ୟ ୯ କୋଟି ୫୨ଲକ୍ଷ ଟଙ୍କା । ଫରିଦାବାଦରେ ରହିଥିବା ନବୀନଙ୍କ ଫାର୍ମର ମୂଲ୍ୟ ୧୦କୋଟି ୭୫ ଲକ୍ଷ ବୋଲି ସମ୍ପତ୍ତି ତାଲିକାରେ ନବୀନ ଉଲ୍ଲେଖ କରିଛନ୍ତି ।

ନବୀନଙ୍କ ପାଖରେ ଥିବା ଗହଣାର ମୂଲ୍ୟ ୨ଲକ୍ଷ ୨୨ ହଜାର ଟଙ୍କା । ବ୍ୟାଙ୍କ ବାଲାନ୍ସ ସମ୍ପର୍କରେ ମଧ୍ୟ ନବୀନ ସୂଚନା ଦେଇଛନ୍ତି । ଭୁବନେଶ୍ବର ବାପୁଜୀନଗର ଏସବିଆଇ ଆକାଉଣ୍ଟରେ ୧୪ଲକ୍ଷ ୨୦ ହଜାର ଟଙ୍କା । ହିଞ୍ଜିଳି ଏସବିଆଇରେ ଥିବା ଦୁଇଟି ଆକାଉଣ୍ଟରେ ରହିଛି ୭୪୬୫ଟଙ୍କା ରହିଛି । ଦିଲ୍ଲୀର ଗୋଟିଏ ଆକାଉଣ୍ଟରେ ୧ ହଜାର ୭୩୦ ଟଙ୍କା ଏବଂ ଆଉ ଏକ ଆକାଉଣ୍ଟରେ ୬ଲକ୍ଷ ୫୦ ହଜାର ଟଂକା ଅଛି । ପାଖରେ ନଗଦ ୨୫ ହଜାର ଟଙ୍କା ଅଛି ବୋଲି ନବୀନଙ୍କ ପ୍ରର୍ଥୀପତ୍ରରେ ଉଲ୍ଲେଖ ରହିଛି । ତେବେ ସେ ଭଉଣୀ ଗୀତା ମେହେଟ୍ଟାଙ୍କଠାରୁ ୧୫ ଲକ୍ଷ ଟଙ୍କା ଋଣ ନେଇଥିବା ପ୍ରାର୍ଥୀପତ୍ର ଦାଖଲବେଳେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.