Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ହଣାକଟା, ବାପା-ପୁଅ ଓ ବୋହୂ ଗୁରୁତର

22/11/2020 at 8:18 AM

ଖଲ୍ଲିକୋଟ, ୨୨|୧୧:  ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି । ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ମାରପିଟ୍ ଓ ହଣାକଟା ହୋଇଛି । ଏଥିରେ ଗୋଟିଏ ପରିବାରର ବାପା, ପୁଅ ଓ ବୋହୂ ଗୁରୁତର ହୋଇଛନ୍ତି ।

ସୂଚନାନୁସାରେ, ଗ୍ରାମର  ରାମ ତରେଇ ଓ ବିନୋଦ ତରେଇ ଦୁଇ ଭାଇଙ୍କ ମଧ୍ୟରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟାକୁ କେନ୍ଦ୍ର କରି ଦୀର୍ଘ ଦିନ ଧରି ଶତୃତା ଲାଗି ରହିଥିଲା। ଶେଷରେ ମନଭିତରେ କୁହୁଳୁ ଥିବା ନିଆଁ ଶନିବାର ରାତିରେ ଉଗ୍ର ରୂପ ଧାରଣ କରିଥିଲା ।  ଫଳରେ ଗୋଟିଏ ପରିବାରର ଆକ୍ରମଣରେ ଅନ୍ୟ ପରିବାରର ତିନି ଜଣ ଲହୁଲୁହାଣ ହୋଇଛନ୍ତି । ଗ୍ରାମର ଠାକୁରାଣୀ ମନ୍ଦିର ପଛପଟେ ରହୁଥିବା ରାମ ତରେଇଙ୍କ ଘରେ ବିନୋଦ ତରେଇଙ୍କ ପରିବାର ଲୋକେ ପଶି କୌଣସି ଧାରୁଆ ଅସ୍ତ୍ର ଦ୍ବାରା ଆକ୍ରମଣ କରିଥିଲେ । ଏଥିରେ  ରାମ ତରେଇଙ୍କ ମୁଣ୍ଡ, ପୁଅ ଲିଙ୍ଗରାଜ ତରେଇଙ୍କ ବାମ ହାତ ଓ ବାମ ଗୋଡରେ ଗଭୀର ଆଘାତ ଲାଗିଛି । ଏହସହ ବୋହୂ ଶିବାନୀଙ୍କ ମୁଣ୍ଡରେ ଗଭୀର ଚୋଟ ଲାଗିଛି।

ଗ୍ରାମବାସୀ ଓ ସଂପର୍କୀୟମାନେ ଅଟୋ ଯୋଗେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦେଇଛନ୍ତି । ଏନେଇ ଥାନାରେ  ଦୁଇ ପରିବାରଙ୍କ ତରଫରୁ କୌଣସି ଏତଲା ଦିଆଯାଇ ନଥିବା ଜଣାପଡିଛି ।

   Related Posts