Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଢକୋଟି ଟଙ୍କାର ବଙ୍ଗଳାରେ ରହୁଛନ୍ତି ରାଜନାଥ, ୫ ବର୍ଷରେ ସମ୍ପତ୍ତି ବଢିଛି ୨ଗୁଣା

20/04/2019 at 7:54 PM

ଲକ୍ଷ୍ନୌ ୨୦।୪:  ବିଜେପିର ଲକ୍ଷ୍ନୌ ଲୋକସଭା ଆସନ ପ୍ରାର୍ଥୀ ତଥା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ  ତାଙ୍କ ସମ୍ପତ୍ତି ତାଲିକା ଘୋଷଣା କରିଛନ୍ତି l ଏଥିରେ ଗତ ୫ ବର୍ଷରେ ତାଙ୍କ ସମ୍ପତ୍ତିର ପରିମାଣ ଦୁଇଗୁଣା ବଢିଥିବା ସେ ଦର୍ଶାଇଥିବା ବେଳେ ଲକ୍ଷ୍ନୌ ଗୋମତି ନଗର ବିପୁଲଖଣ୍ଡରେ ଥିବା ତାଙ୍କ ବାସଭବନର ଆନୁମାନିକ ମୂଲ୍ୟ ଦେଢ କୋଟି ଟଙ୍କା ଉଲ୍ଲେଖ  କରିଛନ୍ତି। ଗତ ୨୦୧୪ ମସିହା ନିର୍ବାଚନ ବେଳେ ରାଜନାଥ ଓ ତାଙ୍କ ପତ୍ନୀଙ୍କ ମୋଟ ସମ୍ପତ୍ତିର ପରିମାଣ ୨.୯୨ କୋଟି ଟଙ୍କା ଥିଲା । ତେବେ ଚଳିତ ନିର୍ବାଚନରେ  ସମ୍ପତ୍ତି ମୂଲ୍ୟ ୫.୧୪ କୋଟି ଟଙ୍କା ହୋଇଥିବା ରାଜନାଥ ସତ୍ୟପାଠରେ ଉଲ୍ଲଖ କରିଛନ୍ତି ।

ପ୍ରାର୍ଥୀପତ୍ର ଦାଖଲ ପାଇଁ  ରାଜନାଥ ସଂଯୁକ୍ତ କରିଥିବା ସମ୍ପତ୍ତି ତାଲିକାରେ ତାଙ୍କର କାର ନଥିବା ଓ ୧୦ ହଜାର ଟଙ୍କା ମୂଲ୍ୟର ଏକ ପଏଣ୍ଟ ୩୨ ବୋର ପିସ୍ତଲ ଏବଂ ସେତିକି ଟଙ୍କାର ଏକ ଦୁଇ ନଳି ବନ୍ଧୁକ ଥିବା ଦର୍ଶାଇଛନ୍ତି। ଏହାଛଡା ତାଙ୍କ ନିକଟରେ ୪ଲକ୍ଷ ୯୦ ହଜାର ଟଙ୍କାର ରତ୍ନ ଆଭୂଷଣଷ ଜ୍ବେଲରୀ, ୫ଲକ୍ଷ ୬୦ ହଜାର ଟଙ୍କା ମୂଲ୍ୟର ସାଢେ ୧୨ କେଜି ଓଜନର ରୂପା ଓ ରୂପା ଅଳଙ୍କାର, ୭ଟି ବ୍ୟାଙ୍କ ଆକାଉଣ୍ଟରେ ନଗଦ ୬୮ ହଜାର ଟଙ୍କା ସମେତ କୋଟିଏ ୪୭ ଲକ୍ଷ ଟଙ୍କାର ଚାଷ ଜମି ଥିବା ତାଲିକାରେ ଉଲ୍ଲେଖ କରିଛନ୍ତି । ସେହିଭଳି ତାଙ୍କ ପତ୍ନୀଙ୍କର ୬ଟି ବ୍ୟାଙ୍କ ଆକାଉଣ୍ଟ, ସେ ସବୁରେ ନଗଦ ୩୭ ହଜାର ଟଙ୍କା ଥିବା ବେଳେ ପତ୍ନୀଙ୍କ ମୋଟ ସମ୍ପତ୍ତି ପରିମାଣ ୫୩.୦୩ ଲକ୍ଷ ଟଙ୍କା ଏବଂ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ପରିମାଣ ୧.୬୪ କୋଟି ଟଙ୍କା ବୋଲି ଦର୍ଶାଇଛନ୍ତି। ରାଜନାଥ ତାଙ୍କ ସତ୍ୟପାଠରେ  ବିଜ୍ଞାନରେ ସ୍ନାତକ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦର୍ଶାଇଛନ୍ତି ।

   Related Posts