ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲକ୍ଷେ ଲୋକଙ୍କୁ ମିଳିବ ସମ୍ପତ୍ତି କାର୍ଡ

Published By : Prameya-News7 Bureau | October 11, 2020 IST

ନୂଆଦିଲ୍ଲୀ, ୧୧।୧୦:  ଦେଶରେ ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଆରମ୍ଭ ହେବା ପରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନ କରାଯିବ ।

ଏହି କାର୍ଡକୁ ହିତାଧିକାରୀମାନେ ମୋବାଇଲ ଫୋନରେ ଏସଏମଏସ ଦ୍ୱାରା ପଠାଯାଇଥିବା ଲିଙ୍କକୁ କ୍ଲିକ୍ କରି ଡାଉନଲୋଡ୍ କରିପାରିବେ । ପଞ୍ଚାୟତିରାଜ ମନ୍ତ୍ରାଳୟ ତରଫରୁ ଏହି ଯୋଜନାକୁ ଆରମ୍ଭ କରାଯାଇଛି ।

ଏହି ଯୋଜନାରେ ୬ଟି ରାଜ୍ୟର ୭୬୩ ପଞ୍ଚାୟତର ଏକ ଲକ୍ଷ ଲୋକ ଲାଭାନ୍ୱିତ ହେବେ । ଏଥିରେ ଉତ୍ତର ପ୍ରଦେଶର ୩୪୬, ହରିୟାଣାର ୨୨୧, ମହାରାଷ୍ଟ୍ରର ୧୦୦, ମଧ୍ୟପ୍ରଦେଶର ୪୪, ଉତ୍ତରାଖଣ୍ଡର ୫୦ ଓ କର୍ଣ୍ଣାଟକର ଦୁଇଟି ପଞ୍ଚାୟତ ରହିଛି ।

ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବା ପରେ ସେହିମାନଙ୍କ ସହ କଥା ହୋଇଥିଲେ, ଯେଉଁମାନଙ୍କୁ ସମ୍ପତ୍ତି କାର୍ଡର ଲାଭ ମିଳିବ । ଏହି ପ୍ରପର୍ଟି କାର୍ଡରେ ଲୋନ୍ ମିଳିବା ସହଜ ହେବ । ଅନ୍ୟ କେହି ସମ୍ପତ୍ତି ଉପରେ ଆଖି ପକାଇ ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.