ଆଜି ସମ୍ପତ୍ତି କାର୍ଡର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏବେ ଲୋକଙ୍କୁ ଲୋନ୍ ମିଳିବା ହେବ ସହଜ

Published By : Prameya-News7 Bureau | October 11, 2020 IST

ନୂଆଦିଲ୍ଲୀ,୧୧|୧୦:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗାମାଞ୍ଚଳ ବାସିନ୍ଦାଙ୍କ ପାଇଁ ସମ୍ପତ୍ତି କାର୍ଡ ବିତରଣର ଶୁଭାରମ୍ଭ କରିବେ । ଏହି କାର୍ଡ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ।

ମୋଦୀ କହିଛନ୍ତି ଯେ, ଏହି ଯୋଜନାର ଲାଭ ଗ୍ରାମାଞ୍ଚଳ ଲୋକଙ୍କୁ ମିଳିବ । ଶନିବାର ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଥିଲେ ଯେ, ରବିବାର ଗ୍ରାମରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଏକ ବଡ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ଯାଉଛି । ସକାଳ ୧୧ଟାରେ ସମ୍ପତ୍ତି କାର୍ଡ ବିତରଣର ଶୁଭାରମ୍ଭ ହେବ ।  ଏହି ଯୋଜନା କୋଟି କୋଟି ଭାରତୀୟଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ।  

wp:html /wp:html

ମୋଦୀ ଅନ୍ୟ ଏକ ଟ୍ୱିଟରେ କହିଛନ୍ତି ଯେ, ପ୍ରାୟ ୬.୬୨ ଗାଁର ଲୋକଙ୍କୁ ସମ୍ପତ୍ତି କାର୍ଡ ପ୍ରଦାନ କରାଯିବ । ଏଥିରେ ଲୋକଙ୍କୁ ନିଜ ସମ୍ପତ୍ତିର ଅଧିକାର ନେଇ ଉପଯୁକ୍ତ ଦସ୍ତାବିଜ ମିଳିବ । ଯାହା ସେମାନଙ୍କ ସଶକ୍ତ କରିବ  । ଏହାଦ୍ୱାରା ସହଜରେ ଲୋକଙ୍କୁ ବ୍ୟାଙ୍କରୁ ଲୋନ୍ ମିଳିପାରିବ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭିଡିଓ କନଫରେନ୍ସିଂ ଜରିଆରେ ପଞ୍ଚାୟତରାଜ ବିଭାଗର ଏହି ଯୋଜନାକୁ ଶୁଭାରମ୍ଭ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.