ଗଞ୍ଜେଇ ମାଫିଆଙ୍କୁ ପାନେ : ୩ ବେଆଇନ କାରବାରୀଙ୍କ ସମ୍ପତ୍ତି ଜବତ, ବ୍ୟାଙ୍କ ଆକାଉଣ୍ଟ ଅଚଳ

Published By : Prameya-News7 Bureau | November 11, 2020 IST

ନବରଙ୍ଗପୁର ୧୧।୧୧: ନବରଙ୍ଗପୁର ଜିଲ୍ଲାରେ ଏଥର ଆଉ ବର୍ତ୍ତିବେନି ଗଞ୍ଜେଇ ମାଫିଆ । ବେଆଇନ ଭାବେ ଠୁଳ କରିଥିବା ସମ୍ପତ୍ତିକୁ ଜବତ କରିବ ପୋଲିସ । ପ୍ରଥମ ଥର ପାଇଁ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି ନବରଙ୍ଗପୁର ପୋଲିସ । ଗଞ୍ଜେଇ ମାଫିଆଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସିଜ୍ କରିଛି ପୋଲିସ । ୩ ଜଣ ଗଞ୍ଜେଇ ମାଫିଆଙ୍କ ସମେତ ୮ ଜଣଙ୍କ ମାଲିକାନାରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସିଜ୍ କରି ଘର ଆଗରେ ନୋଟିସ୍ ଲଗାଇଛି ପୋଲିସ ।

{"id":359944,"sizeSlug":"large"}

୩ ଜଣ ଗଞ୍ଜେଇ ମାଫିଆଙ୍କ ୮ ଜଣଙ୍କ ମାଲିକାନାରେ ରହିଥିବା ୪ କୋଟି ୭୭ ଲକ୍ଷ ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତିକୁ ସିଜ୍ କଲା ନବରଙ୍ଗପୁର ପୋଲିସ । କମ୍ପିଟେଣ୍ଟ ଅଥୋରିଟି କଲିକତାଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଏସପି ନୀତିନ କୁସଲକରଙ୍କତ ତତ୍ତ୍ବାବଧାନରେ ପାପଡାହାଣ୍ଡି ଏସଡ଼ିପିଓଙ୍କ ନେତୃତ୍ବରେ ଏକ ୧୫ ଜଣିଆ ଟିମ୍ କଷାଗୁମୁଡ଼ା ଥାନା ଅନ୍ତର୍ଗତ ପନରାଗୁଡା ଗାଁ ସ୍ଥିତ ୩ ଜଣ ଗଞ୍ଜେଇ ମାଫିଆ ପ୍ରଭାକର ମାଳି, ଅନିରୁଦ୍ଧ ମାଳି ଓ ରମେଶ ମାଳିଙ୍କ ୪ କୋଟି ୭୭ ଲକ୍ଷ ଟଙ୍କାର ସମ୍ପତ୍ତି ୮ ଜଣ ସମ୍ପର୍କୀୟଙ୍କ ମାଲିକାନାରେ ରହିଥିଲା ।  ଏହି ସବୁ ସମ୍ପତ୍ତିକୁ ପୋଲିସ ସିଜ୍ ଓ ଫ୍ରିଜ୍ କରିଛି । ସିଜ୍ ଓ ଫ୍ରିଜ ସମ୍ପତ୍ତି ମଧ୍ୟରେ ୪ ଟି କୋଠା ଘର, ୪ ଏକର ୮୨ ସେଣ୍ଟ ଜମି, ୨ ଟ୍ରାକ୍ଟର, ୧ କାର, ଦୁଇଟି ବାଇକ, ସିଜ୍ କରିଥିବା ବେଳେ ୧୦ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି ।

{"id":359945,"sizeSlug":"large"}

ସୂଚନା ଅନୁସାରେ ୩ ଜଣ ଗଞ୍ଜେଇ ମାଫିଆଙ୍କ ମଧ୍ୟରୁ ପ୍ରଭାକର ମାଳି ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ନବରଙ୍ଗପୁର ଜେଲରେ ଥିବାବେଳେ ଅନ୍ୟ ଦୁଇ ଜଣ ରମେଶ ମାଳି ଓ ଅନିରୁଦ୍ଧ ମାଳି ଫେରାର ଅଛନ୍ତି । ଆଗକୁ ଆହୁରି ମଧ୍ୟ ଏପରି ଚଢ଼ାଉ ଜାରି ରହିବା ସହ  ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.