ଧାର୍ମିକ ଗ୍ରନ୍ଥ ଓ ପୁରାଣରେ ସୂର୍ଯ୍ୟଙ୍କୁ ପ୍ରତ୍ୟେକ୍ଷ ଦେବତା ବୋଲି କୁହାଯାଏ। କାରଣ ସୂର୍ଯ୍ୟ ନିଜ କିରଣରେ ସମଗ୍ର ଜଗତକୁ ଆଲୋକିତ କରନ୍ତି। ଏଥିପାଇଁ ସୂର୍ଯ୍ୟଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଯଦି ଆପଣଙ୍କର କୌଣସି ଇଚ୍ଛା ପୂରଣ ହେଉନାହିଁ ଓ ଜୀବନରେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି ତେବେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଲେ ମନସ୍କାମନା ନିଶ୍ଚୟ ପୂରଣ ହେବ। ଧର୍ମଗ୍ରନ୍ଥ ଅନୁସାରେ, ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବାର ବିଶେଷ ମହତ୍ବ ରହିଛି। ଏହି ପ୍ରକ୍ରିୟା ପବିତ୍ର ମନ ସହ କରିଲେ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ। କିନ୍ତୁ ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟଦାନ କରିବାର ସଠିକ୍ ଉପାୟ ଅନେକ ଜାଣିନଥାନ୍ତି।
ମଣିଷର ଡାହାଣ ହାତ ପାପୁଲିକୁ ଦେବତୀର୍ଥ କୁହାଯାଏ। ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବା ସମୟରେ ହାତର ଏହି ଭାଗର ଉପଯୋଗ କରିବା ଶୁଭ ହୋଇଥାଏ। ଏହା ଦ୍ବାରା ମଣିଷ ଜୀବନରେ ଥିବା କଷ୍ଟ ଦୂର ହୋଇଥାଏ । ଅର୍ଘ୍ୟ ପ୍ରଦାନ କରିବା ସମୟରେ ସବୁବେଳେ ଡାହଣ ହାତରେ କରିବା ଉଚିତ୍ କାରଣ ଏହା ଶୁଭ ହୋଇଥାଏ।