ଚଲିତ ବର୍ଷ କେବେ ରାକ୍ଷୀ ପୂର୍ଣ୍ଣିମା ଓ ରାକ୍ଷୀ ବାନ୍ଧିବା ପାଇଁ ଶୁଭ ମୂହୁର୍ତ୍ତ କଣ ଜାଣନ୍ତୁ…

Published By : Prameya-News7 Bureau | July 23, 2019 IST

ରାକ୍ଷୀ ପୂର୍ଣ୍ଣିମା ଏମିତି ଏକ ପର୍ବ ଯାହାର ଅପେକ୍ଷା ସବୁ ଭାଇ ଭଉଣୀ କରନ୍ତି। ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ।ପ୍ରତି ବର୍ଷ ସମଗ୍ର ଭାରତରେ ଏହି ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଭାଇ ଭଉଣୀଙ୍କ ପ୍ରେମର ପ୍ରତୀକ ବା ସାକ୍ଷୀ ହେଉଛି ରାକ୍ଷୀ ପୂର୍ଣ୍ଣିମା।ଏହି ଦିନ ମଧ୍ୟ ଭଗବାନ ବଳରାମଙ୍କ ଜନ୍ମଦିନ ।  ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବା ସମୟରେ ଭାଇର ଅଧିକ ଆୟୁ ପାଇଁ ପୂଜା କରିଥାଏ। ଏହା ସହ ଭଉଣୀ ଭାଇର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ମଧ୍ୟ ପ୍ରାର୍ଥନା କରିଥାଏ। ଅପରପକ୍ଷରେ ଭାଇ ନିଜ ଭଉଣୀକୁ ସବୁବେଳେ ରକ୍ଷା କରିବା ସହ ସବୁ ସମସ୍ୟାରୁ ଉଦ୍ଧାର କରିବା ପାଇଁ ସଂକଳ୍ପ ନେଇଥାଏ ।

{"id":136471}

ଏହି ପର୍ବ କେବଳ ହିନ୍ଦୁ ଧର୍ମ ନୁହେଁ ବରଂ ଅନ୍ୟ ଧର୍ମରେ ମଧ୍ୟ ପାଳନ କରାଯାଏ। ଏଥର ରାକ୍ଷୀର ପର୍ବ ଅଗଷ୍ଟ ମାସ ୧୫ ତାରିଖ ଗୁରୁବାର ଦିନ ପଡୁଛି। ସ୍ବାଧୀନତା ଦିବସ ଓ ରାକ୍ଷୀ ପୂର୍ଣ୍ଣିମା ଗୋଟେ ଦିନରେ  ପଡିଛି। ଏଥର ରାକ୍ଷୀ ବାନ୍ଧିବା ମୂହୁର୍ତ୍ତ ଅଧିକ ସମୟ ଯାଏଁ ଅଛି।ପାଞ୍ଜି ଅନୁସାରେ ଭଉଣୀ ନିଜ ଭାଇକୁ ସକାଳ ୫:୪୯ରୁ ଆରମ୍ଭ କରି ସନ୍ଧ୍ୟା ୬:୦୧ ଯାଏଁ ରାଖି ବାନ୍ଧି ପାରିବେ। କାରଣ ପୂର୍ଣମୀ ତଥି ଦିନ ସାରା ରହୁଛି ।ଶ୍ରବଣା ନକ୍ଷତ୍ରରେ ଚନ୍ଦ୍ର ମଧ୍ୟ ଦିନସାରା ଅବସ୍ଥାନ କରୁଛନ୍ତି ।

{"id":136472}

ସୂଚନାଯୋଗ୍ୟ ଯେ, ଚଳିତ ଥର ସଂଯୋଗବଶତଃ ରକ୍ଷାବନ୍ଧନ ଓ ଅଗଷ୍ଟ ୧୫ ଗୋଟିଏ ଦିନରେ ପଡୁଛି । ସେହିଭଳି ଶ୍ରାବଣ ପୂର୍ଣ୍ଣିମା ହେଉଛି ଓଡିଶାର ବିଶିଷ୍ଟ କବି ଗଙ୍ଗାଧର ମେହେରଙ୍କ ଜନ୍ମଦିନ । ଗଙ୍ଗାଧର ମେହେରଙ୍କୁ ସ୍ବଭାବ କବି ବୋଲି କୁହାଯାଏ । ସେହିଦିନ ମଧ୍ୟ ଠାକୁର ନିଗମାନନ୍ଦଙ୍କ ଜୟନ୍ତୀ ହୋଇଥିବାବେଳେ ଶ୍ରୀ ଅରବିନ୍ଦଙ୍କ ମଧ୍ୟ ଜୟନ୍ତୀ । ଶ୍ରାବଣ ପୂର୍ଣିମାରେ ରକ୍ଷାବନ୍ଧନ ହୋଇଥାଏ ଓ ଏହାକୁ ଗହ୍ମାପୂର୍ଣ୍ଣମୀ ମଧ୍ୟ କୁହାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.