ରାମ ଜନ୍ମ ଭୂମି ଅଯୋଧ୍ୟାରେ ପୁରାତନ ମନ୍ଦିର ଥିବା ପ୍ରମାଣ ମିଳିଛି
13/11/2018 at 3:03 PM

ଦିଲ୍ଲୀ ୧୩/୧୧ : ୨୦୧୯ ନିର୍ବାଚନ ପୂର୍ବରୁ ପୁଣି ଅଯୋଧ୍ୟା ମାମଲା ସରଗରମ ରହିଛି | ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ସ୍ଥଗିତ ଅଛି କିନ୍ତୁ ସବୁ ଦଳ ନିଜ ନିଜ ତର୍କକୁ ନେଇ ଏହି ମାମଲାରେ ହସ୍ତକ୍ଷେପ କରିଚାଲିଛି | ଭାରତ ପୁରାତତ୍ତ୍ୱ ସର୍ବେକ୍ଷଣ ଏଏସଆଇ ରିପୋର୍ଟ କଣ କହୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି |
ପନ୍ଦର ବର୍ଷ ପୂର୍ବରୁ ଏଏସଆଇର ଅଯୋଧ୍ୟାର ଏହି ବିବାଦୀୟ ସ୍ଥଳକୁ ଖୋଲି ଏହାର ବୈଜ୍ଞାନିକ ପରୀକ୍ଷା କରିଥିଲା | ପରୀକ୍ଷା ରିପୋର୍ଟ ଅନୁଯାୟୀ ଏହି ବିବାଦୀୟ ସ୍ଥଳର ମାଟିତଳେ ପୁରାତନ ମନ୍ଦିରର ଅବଶେଷ ଥିବା ଦାବି ହୋଇଥିଲା | ମନ୍ଦିର ସପକ୍ଷରେ ମିଳିଥିବା ଫଟୋଗୁଡିକୁ ଏଏସଆଇ କୋର୍ଟରେ ଦାଖଲ କରିଥିଲା | ହାଇକୋର୍ଟ ନିର୍ଦେଶ ଅନୁସାରେ ଏଏସଆଇ ଏହି ରିପୋର୍ଟ ପ୍ରସ୍ତୁତ କରିଥିଲା | ସୂଚନାଯୋଗ୍ୟ ଯେ, ବୈଜ୍ଞାନିକ ତଥ୍ୟ ଉପରେ ଆଧାରିତ ଏହି ରିପୋର୍ଟକୁ ସୁପ୍ରିମକୋର୍ଟ ମଧ୍ୟ ଖାରଜ କରିପାରିବ ନାହିଁ |
ଏଏସଆଇ ରିପୋର୍ଟରେ ସ୍ପଷ୍ଟ ସୂଚନା ଅଛି ଯେ, ଏହି ବିବାଦୀୟ ଢାଞ୍ଚା ତଳେ ଏକ ବଡ ସାଂଗରଚନା ରହିଛି | ଖୋଳତାଡ଼ରେ ଯେଉଁ ଅବଶେଷ ମିଳିଥିଲା ତାହା ଉତ୍ତର ଭାରତର ମନ୍ଦିର ଥିବା ସୂଚନା ଦେଇଥିଲା | କେବଳ ସେତିକି ନୁହେଁ ବରଂ ଦଶନ୍ଧି ପୂର୍ବରୁ ଉତ୍ତର ବୈଦିକ କାଳର ମୂର୍ତ୍ତି ଏବଂ ଅନ୍ୟ ବସ୍ତୁଗୁଡିକର ଅବଶେଷ ମିଳିଥିବା ସୂଚନା ମିଳିଛି | ଶୃଙ୍ଗ କାଳର ଚୁନା ପଥରରେ ତିଆରି କାନ୍ଥର ଅବଶେଷ ମିଳିଥିଲା |
ଇଲାହାବାଦ ହାଇକୋର୍ଟ ପ୍ରତିପକ୍ଷର ବିରୋଧ ସତ୍ୱେ ୨୦୦୨ ମସିହା ଅଗଷ୍ଟ ୧ ତାରିଖ ଏବଂ ସେହି ବର୍ଷ ଅକ୍ଟୋବର ୨୩ ତାରିଖରେ ଜମି ତଳେ ଜିଓ ରେଡିଓଲୋଜିକାଲ ସର୍ଭେର ନିର୍ଦେଶ ଦେଇଥିଲେ | ତୋଜୋ ବିକାଶ ଇନ୍ଟରନ୍ୟାଶନାଲ ପ୍ରାଇଭେଟ ଲିମିଟେଡ଼ ଏହି ସର୍ଭେ କରିଥିଲା ଏବଂ ୨୦୦୩ ମସିହାରେ ଫେବୃଆରୀ ୧୭ ତାରିଖରେ ରିପୋର୍ଟ ପ୍ରଦାନ କରିଥିଲେ | ୨୦୦୩ ମସିହା ଅଗଷ୍ଟ ୨୫ ତାରିଖରେ ଏଏସଆଇ ହାଇକୋର୍ଟରେ ଖନନ ରିପୋର୍ଟ ଦାଖଲ କରିଥିଲା | ତେବେ ହାଇକୋର୍ଟ ପ୍ରଶ୍ନ କରିଥିଲା ଯେ, ଏହି ବିବାଦୀୟ ସ୍ଥଳରେ ମନ୍ଦିରର ଏମିତି କିଛି ଅଂଶର ସନ୍ଧାନ ମିଳିଛି କି ଯାହାକୁ ଭାଙ୍ଗି ଏଠାରେ ମସଜିଦ ନିର୍ମାଣ କରାଯାଇଥିଲା |
ଏଏସଆଇ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ବିବାଦୀୟ ସ୍ଥଳର ମାଟିତଳୁ ବିଶାଳ ସଂରଚନା ଇଟା, ଦେବତାଙ୍କ ଖଣ୍ଡ ବିଖଣ୍ଡିତ ଯୁଗଳ ମୂର୍ତ୍ତି, ଖନନ ହୋଇଥିବା ବାସ୍ତୁଶିଳ୍ପ, କବାଟଗୁଡିକର ଅଂଶ, ପୂଜା ସ୍ଥଳ ଭଳି ସାମଗ୍ରୀ ମିଳିଥିବା ଏବଂ ଉତ୍ତର ଆଡକୁ ଏକ ନାଳ ମଧ୍ୟ ଥିବା ଦର୍ଶାଇଯାଇଥିଲା ଯାହାକୁ ଭଗବାନ ଶିବଙ୍କ ମନ୍ଦିର ସହ ଯୋଡ଼ା ଯାଇ ଯାଞ୍ଚ କରାଯାଉଛି | ମାଟିତଳୁ ୫୦ଟି ବଡ ବଡ ଖମ୍ବର ଅବଶେଷ ମଧ୍ୟ ମିଳିଛି | ଏହି ଅବଶେଷ ଗୁଡିକ ଉତ୍ତର ଭାରତର ମନ୍ଦିରଗୁଡିକ ସହ ମେଳା ଖାଉଥିବା ରିପୋର୍ଟରେ ଦର୍ଶାଯାଇଥିଲା |
୧୯୯୩ ମସିହାରେ ଏଏସଆଇ ଏହି ରିପୋର୍ଟ ରାଷ୍ଟ୍ରପତିଙ୍କ ଦ୍ୱାରା ସୁପ୍ରିମକୋର୍ଟ ପଠାଯାଇଥିଲା | ତତ୍କାଳୀନ ରାଷ୍ଟ୍ରପତି ପ୍ରଶ୍ନ କରିଥିଲେ ଯେ, ସେଠାରେ ହିନ୍ଦୁ ମନ୍ଦିର କିମ୍ବା ଧର୍ମ ସ୍ଥଳ ଥିଲା କି ? ତେବେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ରାଷ୍ଟ୍ରପତିଙ୍କ ଏହି ପ୍ରଶ୍ନକୁ ବେକାର ଏବଂ ଅନାବଶ୍ୟକ କହି ଏଡେଇ ଦେଇଥିଲେ |
ମାଟିତଳେ ଏକ ଗୋଲାକାର ପୂଜାସ୍ଥଳର ଢାଞ୍ଚା ମଧ୍ୟ ମିଳିଥିଲା ସେଠାରୁ ଗୁପ୍ତ ଏବଂ ଉତ୍ତର ଗୁପ୍ତ ଏବଂ କୁଶାଣ କାଳର ଅବଶେଷ ମଧ୍ୟ ମିଳିଥିଲା |