Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ଭାଲେଣ୍ଟାଇନ୍ ଡେ’ ବିବାଦ : ସୀମା ଡେଇଁଲେ ଭଲ ହେବନି-କଳିଙ୍ଗ ସେନା, ଆଇନ ହାତକୁ ନେଲେ ଭଲ ହେବନି-ପୋଲିସ

11/02/2019 at 7:02 PM

ଭୁବନେଶ୍ବର ୧୧|୨: ଚାଲିଛି ଭାଲେଣ୍ଟାଇନ ଡେ ସପ୍ତାହ । ଯୁବପିଢି ଲାଗିଛନ୍ତି ଏହି ଉତ୍ସବ ପାଳନରେ । ପ୍ରଥମେ  ରୋଜ ଡେ ତାପରେ ପ୍ରପୋଜ ଏହାପରେ ଚକୋଲେଟ୍ ଓ ଟେଡି ଡେ’ ଆଜି ହେଉଛି ପ୍ରମିସ ଡେ । ଆଗକୁ ଆସୁଛି ଭାଲେଣ୍ଟାଇନ ଡେ । ଯାହାକୁ ବିରୋଧ କରିଛି କଳିଙ୍ଗ ସେନା ।

ସମସ୍ତଙ୍କୁ ଭଲ ପାଇବା କିଛି ଖରାପ ନୁହେଁ କିନ୍ତୁ ଭଲପାଇବାରେ ନଗ୍ନତା ଓ ଅଶ୍ଳିଳତା ରହିଲେ ତାହା ସମାଜ ପାଇଁ କ୍ଷତିକାରକ । ପାଶ୍ଚାତ ସଭ୍ୟତା ଅନୁସରଣରେ ଏବେ ଚାଲିଛି ଭାଲେଣ୍ଟାଇନ ସପ୍ତାହ । ରୋଜ ଡେରୁ ଆରମ୍ଭ ହୋଇଥିବା ଏହି ପର୍ବ ପ୍ରମିସ ଡେ ରେ ପହଁଚିଛି । ଯାହାକୁ ବିରୋଧ କରିଛି କଳିଙ୍ଗ ସେନା । ରାଜଧାନୀରେ ବହୁ ଯୁବକ ଯୁବତୀ ଏହି ପ୍ରଥାକୁ ଆପଣେଇ ନେଇ ଜଣେ ଅନ୍ୟ ଜଣକୁ ଗିଫ୍ଟ ଦେବାକୁ ଭୁଲୁନାହିଁ । କଳିଙ୍ଗ ସେନାର କହିବା କଥା ସୀମା ମଧ୍ୟରେ ରହି ଏହାକୁ ପାଳନ କଲେ କିଛି କ୍ଷତି ନାହିଁ । କିନ୍ତୁ ଉତ୍ସୃଙ୍ଖଳ ହୋଇ ଯୁବ ପିଢି ଯେଉଁଭଳି ଭାଲେଣ୍ଟାଇନ ସପ୍ତାହ ପାଳନ କରୁଛନ୍ତି ତାହାକୁ ବିରୋଧ କରୁଛି କଳିଙ୍ଗ ସେନା ।

ସେପଟେ ଏଭଳି ଧମକ ଦେଉଥିବା ସଂଗଠନ ଉପରେ କଡା ନଜର ରଖିଛି  କମିସନରେଟ ପୋଲିସ । କୌଣସି ସଂଙ୍ଗଠନ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରନ୍ତି ତାହାଲେ କିଛି ଅସୁବିଧା ନାହିଁ । କିନ୍ତୁ କୌଣସି ସଙ୍ଗଠନ ଯଦି ଆଇନକୁ ହାତକୁ ନେଇ ଭଙ୍ଗାରୁଜା କିମ୍ବା କୌଣସି ଲୋକଙ୍କ କ୍ଷତି କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଟାନ ହେବ ବୋଲି କହିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି ।

ଆସନ୍ତା ୧୪ ତାରିଖରେ ଭାଲେଣ୍ଟାଇନ ଡେ । ଏହା ପୁର୍ବରୁ ହଗ ଡେ ଓ କିସଡେ ମଧ୍ୟ ପାଳନ କରାଯିବ । ଏହା ଉପରେ ନଜର ରଖିଛି କଳିଙ୍ଗ ସେନା ।

   Related Posts