ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ଭୂତାଣୁ ବିଜ୍ଞାନୀ ଗୀତା ରାମଜୀଙ୍କ କରୋନା ଭାଇରସ୍ ସଂକ୍ରମଣରେ ଦେହାନ୍ତ

Published By : Prameya-News7 Bureau | April 01, 2020 IST

ନୂଆଦିଲ୍ଲୀ ୧/୪: ଭାରତୀୟ ବଂଶୋଦ୍ଭବ ପ୍ରଖ୍ୟାତ ଭୂତାଣୁ ବିଜ୍ଞାନୀ ଗୀତା ରାମଜୀଙ୍କ କରୋନା ଭାଇରସ୍ ସଂକ୍ରମଣରେ ମୃତ୍ୟୁ ହୋଇଯାଇଛି। ରାମଜୀ ପ୍ରଖ୍ୟାତ ଭୂତାଣୁ ବିଜ୍ଞାନୀ ଥିଲେ ଏବଂ ଏଚଆଇଭି ପ୍ରତିଷେଧକ ଅନୁସନ୍ଧାନର ମୁଖ୍ୟ ଥିଲେ। ସେ ଏକ ସପ୍ତାହ ପୂର୍ବରୁ ଲଣ୍ଡନରୁ ଫେରିଥିଲେ। କିନ୍ତୁ ତାଙ୍କଠାରେ କୋଭିଡ-୧୯ର କୌଣସି ଲକ୍ଷଣ ନଥିଲା। ତାଙ୍କୁ ୬୪ବର୍ଷ ହୋଇଥିଲା।

{"id":247352,"sizeSlug":"large"}

ଗୀତା ରାମଜୀ କ୍ଲିନିକାଲ୍ ଟ୍ରାୟଲ୍ସ ୟୁନିଟର ପ୍ରଧାନ ଗବେଷକ ଏବଂ ଏଚଆଇଭି ପ୍ରିଭେନସନ୍ ରିସର୍ଚ୍ଚ ୟୁନିଟ୍ ଅଫ୍ ସାଉଥ ଆଫ୍ରିକାର ମେଡିକାଲ୍ ରିସର୍ଚ୍ଚ କାଉନସିଲ୍ ଅଫିସର ୟୁନିଟ୍ ଡାଇରେକ୍ଟର ଥିଲେ। ଏସଏଏମଆରସିର ଅଧ୍ୟକ୍ଷ ଏବଂ ସିଇଓଙ୍କ ତରଫରୁ ଜାରି ବୟାନରେ କୁହାଯାଇଥିଲା, ଅତ୍ୟନ୍ତ ଦୁଃଖର ସହ ଆପଣଙ୍କୁ ସୂଚିତ କରାଯାଉଛି ଯେ ପ୍ରଫେସର ଗୀତା ରାମଜୀଙ୍କ ଆଜି ହସ୍ପିଟାଲରେ ପରଲୋକ ହୋଇଯାଇଛି।

{"id":247355,"sizeSlug":"large"}

ପ୍ରଫେସର ରାମଜୀଙ୍କ କରୋନା ସଂକ୍ରମଣ ଯୋଗୁଁ ପରଲୋକ ହୋଇଯାଇଛି। ରାମଜୀଙ୍କ ବିବାହ ଫାର୍ମାସିଷ୍ଟ ପ୍ରବୀଣ ରାମଜୀଙ୍କ ସହ ହୋଇଥିଲା। ତାଙ୍କ ଅନ୍ତିମ ସଂସ୍କାର ବିଷୟରେ ଏବେ ସୁଦ୍ଧା ଘୋଷଣା କରାଯାଇନାହିଁ। ଦକ୍ଷିଣ ଆଫ୍ରିକାରେ ଅନ୍ତିମ ସଂସ୍କାରରେ ସାମିଲ ହେବାର ସଂଖ୍ୟାକୁ ସୀମିତ ରଖାଯାଇଛି କାରଣ ଦେଶ ୨୧ଦିନ ବନ୍ଦ କରାଯାଇଛି। ରାଷ୍ଟ୍ରପତି ସିରିଲ୍ ରାମଫୋସା ଗତ ସପ୍ତାହରେ ବନ୍ଦ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.