Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଆଉ ରହିବନି ପାୱାରକଟ୍‌ ଭୟ, ୨୪ ଘଣ୍ଟା ମଳିବ ବିଦ୍ୟୁତ୍‌ ସେବା

17/10/2021 at 8:00 PM

ପୁରୀ,୧୭/୧୦: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପୁରୀ ସହରର ୫ ପ୍ରମୁଖ ରାସ୍ତାରେ ବିଛାଯିବ ଭୂତଳ କେବୁଲ। ଏହାଦ୍ବାରା ବର୍ଷା, ପବନ ସମୟରେ ଆଉ ବିଦ୍ୟୁତ କାଟର ଭୟ ରହିବ ନାହିଁ। ଉପଭୋକ୍ତା ମାନଙ୍କୁ ୨୪ ଘଣ୍ଟିଆ ନିରବଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା ସହ ରାସ୍ତାରେ  ଯାତାୟତ କରିବା ମଧ୍ୟ ସୁଗମ ହେବ। ତେବେ ଖୁବଶୀଘ୍ର ଏହି କାମ ଆରମ୍ଭ ହେବାକୁ ଥିବା ବେଳେ ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରାଯିବ। ରାଜ୍ୟ ସରକାର ୧୫ କି.ମି ଭୂତଳ କେବୁଲ ବିଛାଇବା ପାଇଁ ୪୫ କୋଟି ଟଙ୍କା ଖର୍ଚ୍ଚ କରିବା ସହ ଆଲୋକୀକରଣ ଓ ରାସ୍ତାର ପ୍ରସସ୍ଥୀକରଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। 

ଚୈତନ୍ୟ ଛକରୁ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା, ଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିର, ମୋଚି ସାହି ଛକରୁ ଶ୍ରୀମନ୍ଦିର, ନରେନ୍ଦ୍ର ପୁଷ୍କରିଣୀରୁ ଶ୍ରୀମନ୍ଦିର ଏବଂ ରେଡକ୍ରସ ରୋଡରୁ ଗ୍ରାଣ୍ତ ରୋଡକୁ ସଂଯୋଗ କରୁଥିବା ରାସ୍ତା ତଳେ ଭୂତଳ କେବୁଲ ବିଛାଯିବା ନେଇ ଆରମ୍ଭ ହୋଇଛି ପ୍ରକ୍ରୀୟା। ଏଥିପାଇଁ ଟେଣ୍ତର ସରିଥିବା ବେଳେ ଟାଟା ପାୱାର କମ୍ପାନୀ ଦୁଇବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୩ ମାର୍ଚ୍ଚ ସୁଦ୍ଧା ଏହି କାର୍ଯ୍ୟ ସମ୍ପୁର୍ଣ୍ଣ କରିବାକୁ ଲକ୍ଷ ରଖିଛି। ତେବେ ରାସ୍ତାରୁ ବିଦ୍ୟତ୍ ଖୁଣ୍ଟି ହଟିବା ସହ ରାସ୍ତାର ପ୍ରସସ୍ଥିକରଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। 

ବିଶ୍ବ ପର୍ଯ୍ୟଟନ ସହର ଭାବେ ପୁରୀର ସ୍ବତନ୍ତ୍ର ପରିଚୟ ରହିଛି। ପ୍ରତିଦିନ ଏଠାକୁ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସୁଥିବାର ଭିଡକୁ ନଜରରେ ରଖି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ପର୍ଯ୍ୟଟକ ତଥା ସହର ବାସୀଙ୍କ ଯାତାୟତ ହେଉ ଅବା ଠାକୁରଙ୍କ ବିମାନ ଓ ପାଲିଙ୍କି ନେବାରେ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଭୂତଳ ବିଦ୍ୟୁତ୍ କେବୁଲ ଦ୍ବାରା ଆଉ ଏହି ସମସ୍ୟା ରହିବ ନାହିଁ। ରାସ୍ତା ଓସାରିଆ ହେବା ସହ ଜବରଦଖଲ ମୁକ୍ତ ମଧ୍ୟ ହୋଇପାରିବ।

ତେବେ ମେଗା ପ୍ରକଳ୍ପ କାର୍ଯ୍ୟକୁ ସବୁସ୍ତରରେ ସ୍ବାଗତ କରାଯାଇଥିବା ବେଳେ ସହରରେ ଥିବା ଉପଭୋକ୍ତାମାନଙ୍କ ଘରେ ଟାଟା ପାୱାର ପକ୍ଷରୁ ଲଗା ଯାଇଥିବା ମିଟରରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି। ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଅତ୍ୟଧିକ ବିଦ୍ୟୁତ ବିଲ ଦେବାକୁ ବାଧ୍ୟ କରାଯାଉଛି। ଏହାସହ ଉପଭୋକ୍ତାମାନଙ୍କୁ ବେଆଇନ ଭାବେ ମିଟର ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଛି। ଘରେ ପଶି କର୍ମଚାରୀ ମାନେ ବିଦ୍ୟୁତ ସଂଯୋଗ ମଧ୍ୟ ବିଛିନ୍ନ କରି ଦେଉଥିବା ଅଭିଯୋଗ ହୋଇଛି। ତେଣୁ ଜିଲ୍ଲାପାଳ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ବୁଦ୍ଧିଜୀବୀ ଓ ସେବାୟତ ମାନେ ଦାବୀ କରିଥିବା ବେଳେ  ନିରବଛିନ୍ନ ବିଦ୍ୟୁତ୍ ସେବା ପ୍ରକଳ୍ପ କାର୍ଯ୍ୟକୁ ସ୍ବାଗତ କରିଛନ୍ତି। 

   Related Posts