Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସୋଆ ପକ୍ଷରୁ ‘ସାରୋଳଦାସ ମହାଭାରଥ’ର ପାଠ ଆଧାରିତ ସଂସ୍କରଣ ପ୍ରକାଶିତ

15/04/2021 at 9:20 AM

ଭୁବନେଶ୍ୱର ୧୫।୦୪: ଲୋକାର୍ପିତ ହେଲା ସାରଳା ଦାସ ମହାଭାରତର ଦୁଇଟି ପର୍ବ । ଶିକ୍ଷା ଅନୁସନ୍ଧାନ ପ୍ରାଚୀନ ପକ୍ଷରୁ କ୍ରିଟିକାଲ ଏଡିସନ୍ ଏବଂ ଡିଜିଟାଲ ଏଡିସନର ବୁଧବାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଦି କବି ସାରଳା ଦାସଙ୍କ ରଚିତ ମହାଭାରତର ପ୍ରଚାର ପ୍ରସାର ପାଇଁ ପ୍ରୟାସ କରିଛି ସୋଆ । ଏଭଳି ନିଆରା ପଦକ୍ଷେପ ପାଇଁ ଶିକ୍ଷା ଓ ଅନୁସନ୍ଧାନକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆଦି କବି ସାରଳା ଦାସ ରଚିତ ମହାଭାରତକୁ ଶିକ୍ଷା ଅନୁସନ୍ଧାନ ପ୍ରାଚୀନ ପକ୍ଷରୁ କ୍ରିଟିକାଲ୍ ଏବଂ ଡିଜିଟାଲ ଏଡିସନର ଦୁଇଟି ନୂଆ ସଂସ୍କରଣ ଲୋକାର୍ପିତ କରାଯାଇଛି । କ୍ରିଟିକାଲ ଏଡିସନରେ ମୂସଳୀ ଓ ସ୍ବର୍ଗାରୋହଣ ପର୍ବର ଲୋକାର୍ପିତ ହୋଇଛି । ଏଦି ଦୁଇଟି ପର୍ବରେ ଗବେଷଣା ଭିତ୍ତିକ ତଥ୍ୟକୁ ପୁସ୍ତକ ମାଧ୍ୟମରେ ବେଶ୍ ସୁନ୍ଦର ଭାବେ ଲେଖାଯାଇଛି । ତେବେ ୬ଶହ ବର୍ଷ ପରେ ମଧ୍ୟ ସାରଳା ମହାଭାରତ ଆମ ସାହିତ୍ୟ ଓ ଜୀବନର ମୂଳ ଉତ୍ସ ହୋଇରହିଛି ।

 ଓଡିଶାର ମାଟି, ଓଡିଆ, ଜାତି , ଭାଷା ଓ ସାହିତ୍ୟ ପାଇଁ ଏହା ଏକ ଅନବଦ୍ୟ ସୃଷ୍ଟି । ଯାହାର ନୂଆ ରୂପ ଦେଇଛି ପୁସ୍ତକ ସାରଳା ଦାସ ମହାଭାରତର ମୁସଳି ଓ ସ୍ବର୍ଗାରୋହଣ ପର୍ବ । ଯାହାର ସଂପାଦନା କରିଛନ୍ତି ଗୌରାଙ୍ଗଚରଣ ଦାସ, ପ୍ରଦୀପ କୁମାର ପଣ୍ଡା ଓ ଭାଗ୍ୟଲିପି ମଲ୍ଲ । ଶିକ୍ଷା ଓ ଅନୁସନ୍ଧାନ କନଭେନସନ ହଲ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ବିଭାଗ ପ୍ରମୁଖ ବିଷ୍ଣୁପଦ ସେଠୀ ଯୋଗ ଦେଇ ଦୁଇଟି ପର୍ବର ଉନ୍ମୋଚନ କରିଥିଲେ । ଏହି ଅବସରରେ ଭର୍ଚୁଆଲରେ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଆଗାମୀ ଦିନରେ ଏହାକୁ ବିଶ୍ବ ବିଦିତ କରିବା ପାଇଁ ପ୍ରମୁଖ ଶାସନ ସଚିବ ତଥା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ବିଷ୍ଣୁପଦ ସେଠୀ ମତ ରଖିଥିଲେ ।

ସାରଳା ମହାଭାରତର କ୍ରିଟିକାଲ ସଂପାଦନା ସହିତ ଡିଜିଟାଲଂ ସଂସ୍କରଣ ପ୍ରସ୍ତୁତ କରିବାର ଉଦ୍ୟମ ଦେଶରେ ନୂଆ । ମହାଭାରତରେ ବ୍ୟବହୃତ ଶବ୍ଦର କର୍ପୋରା ପ୍ରସ୍ତୁତ କରିବା ସହିତ ମହାଭାରତର ଶବ୍ଦକୋଷ ଓ ଜ୍ଞାନକୋଷ ସଂପାଦନା, ଗଦ୍ୟରେ ଅନୁବାଦ ଭଳି କାର୍ଯ୍ୟ ସହିତ ସାରଳା ଦାସଙ୍କ ଲେଖାକୁ ସାରା ବିଶ୍ବରେ ପରିଚିତ କରିବା ପାଇଁ ଇଂରାଜୀ ଅନୁବାଦ କାର୍ଯ୍ୟ ମଧ୍ୟ ଏହି ପରିକଳ୍ପନାର ଅନ୍ତର୍ଗତ । ଏହି ଅବସରରେ ଶିକ୍ଷାବିତ୍ ପ୍ରଫେସର ଓମକାର ନାଥ ମହାନ୍ତି, ସାହିତ୍ୟିକ ଅସିତ୍ ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ବିଦ୍ବାନ ଓ ସୋଆର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

   Related Posts