ନଥିଲା ସାମାଜିକ ଦୂରତା, ମାନୁନଥିଲେ କୋଭିଡ୍ ଗାଇଡ୍ ଲାଇନ୍ : ବାତିଲ୍ ହେଲା କାର୍ଯ୍ୟକ୍ରମ

Published By : Prameya-News7 Bureau | August 24, 2020 IST

ଆନନ୍ଦପୁର ୨୪।୮: କରୋନା ମହାମାରୀ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ କଟକଣା ଲଗାଯାଇଛି । ସାମାଜିକ ଦୂରତାକୁ ବଜାୟ ରଖି ସଭା ସମିତି, ସାସ୍କୃତିକ ଓ ସମାଜିକ କାମ ଉପରେ ରୋକ୍ ଲାଗିଛି । ଏପରିକି ଗୋଟିଏ ସ୍ଥାନରେ ୫ ଜଣରୁ ଉର୍ଦ୍ଧ୍ବ ଲୋକ ଏକାଠି ହେବା ମନା । ତେବେ ଏଭଳି ସ୍ଥିତିରେ ଘସିପୁରା ବ୍ଲକ୍ ଶିକ୍ଷା ଅଧିକାରୀ ବିଭନ୍ନ ସ୍କୁଲର ବକେୟା ୟୁସି କଲେକ୍ସନ୍ ପାଇଁ ନୋଟିସ୍ ଜାରି କରିଛି ।

{"id":319393,"sizeSlug":"large"}

ଘସିପୁରା ବ୍ଲକ୍ ଅଧିନରେ ୮ ଗୋଟି କ୍ଲଷ୍ଟର ସାଇଁକୁଳ, ବାତୋ, ତରୁଆଁ, ବାଲିବରୁଆଁ, ସୁଆଁଳ, ରାମଚନ୍ଦ୍ରପୁର, ବରାଙ୍ଗ ଓ ଅଳତି ଅଧିନ ସ୍କୁଲ ଗୁଡିକରୁ ୮୦ରୁ ଉର୍ଦ୍ଧ୍ବ ପ୍ରଧାନଶିକ୍ଷକ ସୋମବାର ସ୍ଥାନୀୟ ସାଇଁକୁଳ ବାନର ସେନା ସ୍କୁଲରେ ଉପସ୍ଥିତ ହୋଇଥିଲେ ।

{"id":319396,"sizeSlug":"large"}

ଏଠାରେ ନା ଥିଲା ସାମାଜିକ ଦୂରତା ନା ହେଉଥିଲା କରୋନା ଗାଇଡ୍ ଲାଇନ୍ ର ପାଳନ । ଦେହକୁ ଦେହ ଲାଗି ଗୋଟିଏ କୋଠରୀରେ ବସି ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀମାନେ ନିଜ ନିଜ ସ୍କୁଲର ବିଗତ ଆର୍ଥିକ ବର୍ଷର ବଳକା ଟଙ୍କା ଅଧିକାରୀଙ୍କ ନିଟରେ ଜମା ଦେଉଥିଲେ ।

{"id":319395,"sizeSlug":"large"}

ଏ ସମ୍ପର୍କରେ ଖବରପାଇ ସେଠାରେ ଗଣମାଧ୍ୟମ ପହଁଞ୍ଚିବାପରେ ଉପସ୍ଥିତ ଅଧିକାରୀମାନେ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ । ତେବେ ଏ ନେଇ କେନ୍ଦୁଝର ଡିପିସି ପୂର୍ଣ୍ଣଚନ୍ଦ୍ର ସେଠୀ ଏଥିପାଇଁ ଘସିପୁରା ବିଇଓ ଅଫିସ୍ ଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.