ସମଗ୍ର ଦେଶରେ ହଇଚଇ ସୃଷ୍ଟି କରି କେନ୍ଦ୍ରକୁ ଚ୍ୟାଲେଞ୍ଜ କରିଥିବା ମମତା ବାନାର୍ଜୀ କିଏ ଓ ତାଙ୍କ ରାଜନୀତି କ୍ୟାରିଅର କ’ଣ ଜାଣନ୍ତୁ

Published By : Prameya-News7 Bureau | February 05, 2019 IST

ଭୁବନେଶ୍ବର ୫|୨: ପଶ୍ଚିମବଙ୍ଗ ପଲିଟିକାଲ ଡ୍ରାମାରେ  ସେଣ୍ଟର ଷ୍ଟେଜ୍‌ରେମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ , ତୃଣମୂଳ କଂଗ୍ରେସ ସୁପ୍ରିମୋ । ଆନ୍ଦୋଳନ ରାଜନୀତିରୁ ପଲିଟିକାଲ ଷ୍ଟଲୱାର୍ଟ । ମମତାଙ୍କ ରାଜନୈତିକ ଜୀବନ ଘଟଣାବହୁଳ । ସାମ୍ପ୍ରତିକ ଭାରତୀୟ ରାଜନୀତିରେ ଏହି ଫାୟାରବ୍ରାଣ୍ଡ ଲିଡ଼ରଙ୍କ ଗୁରୁତ୍ବ ଅନେକ । ନଜର ପକାଇବା ଦିଦିଙ୍କ ପଲିଟିକାଲ କ୍ୟାରିଅର ଉପରେ ।

{"id":81956,"width":575,"height":369}

୧୯୫୫ ଜାନୁୟାରୀ ୫ରେ କୋଲକତାର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ ମମତା । ମାତ୍ର ନଅ ବର୍ଷ ବୟସରେ ପିତା ପ୍ରମିଳେଶ୍ବର ବାନାର୍ଜୀଙ୍କୁ ହରାଇଥିଲେ ସେ । ମା' ଗାୟତ୍ରୀ ଦେବୀ ହିଁ ତାଙ୍କୁ ବଡକରିଥିଲେ ।

{"id":81957}

ତେବେ ବିଦ୍ୟାଳୟ ଜୀବନରୁ ରାଜନୀତିରେ ହିଁ ପ୍ରବେଶ କରିଥିଲେ ମମତା । ଇତିହାସ ଓ ଆଇନରେ ଡବଲ ସ୍ନାତ୍ତକ ଡିଗ୍ରୀ ସହ 'ଇସଲାମିକ ହିଷ୍ଟ୍ରି'ରେ ସ୍ନାତ୍ତକୋତ୍ତର ଶିକ୍ଷା ହାସଲ କରିଛନ୍ତି ସେ । ଜଣେ ଭଲ ଚିତ୍ରକର । ଖାଲି ସମୟରେ କବିତା ଲେଖିବା ଏବଂ ଗୀତ ଶୁଣିବା  ତାଙ୍କର ପସନ୍ଦ । ଅବିବାହିତ ଥିବା ମମତା ବଙ୍ଗଳା ଓ ଇଂରାଜୀ ଭାଷାରେ ଏକାଧିକ ବହି ମଧ୍ୟ ଲେଖିଛନ୍ତି ।

{"id":81958}

୧୯୭୦ରେ ମମତା ଜାତୀୟ କଂଗ୍ରେସରେ ଯୋଗଦେଲେ । ଅଗ୍ମିବର୍ଷୀ ଭାଷଣ ତାଙ୍କୁ ଖୁବ୍‌ଶିଘ୍ର କରିଦଲା ପ୍ରସିଦ୍ଧ । ୧୯୭୬ରୁ ୧୯୮୦ ପଶ୍ଚିମବଙ୍କ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଦାୟିତ୍ବରେ ରହିଲେ । ୧୯୮୪ରେ ସେ ଅଷ୍ଟମ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେହି ବର୍ଷ ସେ ଜାତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦିକା ଦାୟିତ୍ବ ସମ୍ଭାଳିଥିଲେ । ୧୯୮୪ରୁ ୧୯୮୯ ଏବଂ ୧୯୯୧ରୁ ୨୦୧୧ ଯାଏଁ ମମତା ୭ଥର ଲୋକସଭା ସଦସ୍ୟ ଥିଲେ । ୧୯୯୭ରେ ସେ ଜାତୀୟ କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସ  ଗଠନ କଲେ ।

{"id":81959}

ଆଜି ସୁଦ୍ଧା ସେ ଏକାଧିକ ବାର କେନ୍ଦ୍ରମନ୍ତ୍ରୀ ହୋଇ ରେଳ ଓ କୋଇଲା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ସମ୍ଭାଳିଛନ୍ତି । ତେବେ ୨୦୧୧ ତାଙ୍କୁ ଦେଲା ବଡ ମାଇଲେଜ୍‌ । ମଇ ୨୦ରେ ଦୁଇ ଦଶନ୍ଧିରୁ ଅଧିକ ସମୟ  ପଶ୍ଚିମବଙ୍ଗରେ କ୍ଷମତା ଉପଭୋଗ କରିଥିବା ବାମପନ୍ଥୀ ସରକାରଙ୍କୁ ଗାଦିଚ୍ୟୁତ କରି ମମତା  ହେଲେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ  ।

{"id":81960}

୨୦୧୪ରେ ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ, ସାରା ଦେଶରେ ସିନା ପ୍ରଭାବ ବିସ୍ତାର କଲା, ମାତ୍ର ଦିଦିଙ୍କ ଦୁର୍ଗରେ ସେଭଳି କରିସ୍ମା ଦେଖେଇ ପାରିଲେନି । ତେଣୁ ସ୍ବାଭାବିକ ଭାବେ ଟାର୍ଗେଟରେ ରହିଲେ ଦିଦି । ଏକଦା ଏନଡ଼ିଏର ପରମ ମିତ୍ର ଥିବା ତୃଣମୂଳ କଂଗ୍ରେସ, ଗଣା ହେଲେ ଚରମ ବିରୋଧୀ ।

{"id":81961,"width":569,"height":407}

ପରେ ପରେ ଚିଟଫଣ୍ଡ କେଳେଙ୍କାରୀ ନେଇ ଚର୍ଚ୍ଚାରେ ରହିଲେ ମମତା ସରକାର । କିନ୍ତୁ ଏସବୁ ସତ୍ତ୍ବେ, ପୁଣି ୨୦୧୬ରେ ପଶ୍ଚିମବଙ୍ଗରେ ମମତା ଲଗାତର ମୁଖ୍ୟମନ୍ତ୍ରୀ ହେଲେ । ମାତ୍ର ମୁଣ୍ଡ ଉପରେ ପୁଣି ଲୋକସଭା ନିର୍ବାଚନ । ଆଉ ଏଥର ବିଜେପିର ସ୍ବତନ୍ତ୍ର ଫୋକସ ଓଡ଼ିଶା ଏବଂ ବଙ୍ଗଳା । ଦିଦି ବି ନଛୋଡ଼ବନ୍ଧା । ର୍ୟାଲିରେ ଶକ୍ତି ପ୍ରଦର୍ଶନ ହେଉ କି ରାଜ୍ୟ ଖାକି ବାବୁଙ୍କୁ ଚିଟଫଣ୍ଡ ଲିଙ୍କରେ ଆକ୍ସନ ନେବା, ମମତା ବି ମୁକାବିଲା ମୁଡ଼ରେ ।

{"id":81962}

ପୂର୍ବରୁ ସିଙ୍ଗୁରରେ ଟାଟା ପ୍ରକଳ୍ପକୁ ବିରୋଧ ହେଉ କି, ନନ୍ଦିଗ୍ରାମ ରକ୍ତପାତ, କିମ୍ବା ୨୦୦୬ରେ ତତ୍କାଳୀନ ଲୋକସଭା ଉପବାଚସ୍ପତି ଚରଣଜିତ୍ ସିଂ ଅଟୱାଲଙ୍କ ଉପରକୁ ଇସ୍ତଫାପତ୍ର ଫିଙ୍ଗିବା - ଦିଦିଙ୍କୁ ନେଇ ଅନେକ ବିବାଦ ଓ ଚର୍ଚ୍ଚା । ଏପରିକି, ସାରଦା ଓ ରୋଜ୍ ଭ୍ୟାଲି ଆର୍ଥିକ ଅନିୟମିତତାରେ ମଧ୍ୟ ମମତାଙ୍କ ଦଳର ସଂପୃକ୍ତି ନେଇ ଚର୍ଚ୍ଚା ହେଉଛି । ପୂର୍ବରୁ, କୋଲକତା ବିଧାନସଭାରେ ମମତାଙ୍କୁ ଦୁର୍ବ୍ୟବହାର ନେଇ ମଧ୍ୟ ଜାତୀୟସ୍ତରରେ ଆଲୋଡ଼ନ ହୋଇଛି ।

{"id":81963,"width":579,"height":372}

ଏସବୁ ସତ୍ତ୍ବେ ଫାୟାରବ୍ରାଣ୍ଡ ନେତ୍ରୀ ମମତା ଜନସମର୍ଥନକୁ ଅସ୍ତ୍ର କରି ବିଜେପି ବିରୋଧି ଲଢେଇରେ କୁଦି ପଡିଛନ୍ତି । ପାଇଛନ୍ତି ଅନେକ ରାଜନେତା ଓ ଦଳଙ୍କ ସମର୍ଥନ ।ତେବେ ତାଙ୍କ ଲଢେଇର ଫଳାଫଳ କହିବ ଭବିଷ୍ୟତ ।

{"id":81965}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.